କରୋନା: ଆଜିଠୁ ରାଜଧାନୀରେ ଜୋରଦାର ହେବ ଧରପଗଡ଼

ରାଜଧାନୀର ଜନଗହଳି ଅଞ୍ଚଳରେ ଆଜିଠୁ ଚଢାଉ ହେବ

 

  • ରାଜଧାନୀର ଜନଗହଳି ଅଞ୍ଚଳରେ ଆଜିଠୁ ଚଢାଉ ହେବ
  • ରେଳ ଷ୍ଟେସନରେ ଭିଡ଼ ହେଉଥିବାରୁ ସେଠାରେ ଅଧିକ ଟେଷ୍ଟିଂ କରାଯିବ
  • ରାଣ୍ଡମ ଚେକିଂ ଓ ଟେଷ୍ଟିଂ କରାଯିବ
  • XIMBର ୨୦୪ ନମୁନାରୁ ୨୦୧ ନେଗେଟିଭ ଆସିଥିବା ସୂଚନା

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ କରିବ। ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍‌ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଅଧିକ ହେଉଥିବାରୁ ସେଠାରେ ଟିମ ସଂଖ୍ୟା ଅଧିକ କରି ଟେଷ୍ଟିଂ କରାଯିବ ବୋଲି ସୂଚନା ମିଳିଛି। ରାଣ୍ଡମ ଚେକିଂ ଓ ଟେଷ୍ଟିଂ କରାଯିବ ବୋଲି ଜଣାଯାଇଛି। XIMBରେ କରୋନା ପଜିଟିଭ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନର ୨୦୪ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଏଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯିବ ବୋଲି ସେ କହିଛନ୍ତି।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର। ସେ କହିଛନ୍ତି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯାଂଚ କଡାକଡ଼ି ହେବ। ଏହାସହ ଜନଗହଳି ସ୍ଥାନମାନଙ୍କରେ ଚଢାଉ ମଧ୍ୟ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

You might also like