• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୭ଟି ମେଡିକାଲ୍‌ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ୍‌ କମିଟି‌ ଗଠନ କରାଯାଇଛି। Directorate of Medical Education And Training ଦ୍ୱାରା ଏହି କମିଟି ଗଠନ ହୋଇଛି।

ଟେକ୍ନିକାଲ କମିଟିରେ ଥିବା ପ୍ରଫେସରମାନଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲା ପରିଦର୍ଶନ ସହ କୋଭିଡ୍ ସ୍ଥିତିର ତଦାରଖ କରାଯିବ। ଏହାପରେ କୋଭିଡ୍ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ଟେକ୍ନିକାଲ୍ କମିଟି ପରାମର୍ଶ ଦେବେ। ଟେକ୍ନିକାଲ୍ କମିଟି ଦେଇଥିବା ରିପୋର୍ଟକୁ ନେଇ କୋଭିଡ୍ ମୁକାବିଲା ନେଇ ପରବର୍ତ୍ତୀ ରଣନୀତି ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ସପ୍ତାହେ ମଧ୍ୟରେ ଏହିସବୁ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ହ୍ରାସ ଲାଗି ଅଞ୍ଚଳ ଭିତ୍ତିକ ସ୍ୱତନ୍ତ୍ର ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସେହିପରି କୋରାପୁଟରେ ଆସନ୍ତା ସପ୍ତାହରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି।

Special-strategies-to-fight-against-corona-in-4-districts-of-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories