ଝିଅଙ୍କ କାନ୍ଧରେ ଉଠିଲା ମାଆର କୋକେଇ

ରେମୁଣା: ଝିଅଙ୍କ କାନ୍ଧରେ ମାଆର ଉଠିଲା କୋକେଇ। ଚାରି ଦିବ୍ୟାଙ୍ଗ ଝିଅ ଜନ୍ମଦାତ୍ରୀର କୋକେଇକୁ କାନ୍ଧେଇଛନ୍ତି। ସେଥିରେ ପୁଣି ସମସ୍ତେ ଦିବ୍ୟାଙ୍ଗ ବୋଲି ଜଣାପଡିଛି। ତା ସହିତ ବଡ଼ ଝିଅ ମାଆକୁ ଦେଇଛି ମୁଖାଗ୍ନି। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବୟସ୍କ ମହିଳାଙ୍କ ନିଜ ପୁଅ ନ ଥିଲେ ତେଣୁ ମୃତ୍ୟୁ ପରେ ବଡ଼ ଝିଅ ହିଁ ମୁଖାଗ୍ନି ଦେଇଛନ୍ତି। ତେବେ ଚାରି ଦିବ୍ୟାଙ୍ଗ ଝିଅ ମାଆର କୋକେଇକୁ କାନ୍ଧେଇବା ଭଳି ଦୃଶ୍ୟ ଏହି ଅଞ୍ଚଳରେ ବେଶ୍ ଚର୍ଚ୍ଚିତ ହୋଇଛି।

ପୁରୁଷ ପ୍ରଧାନ ସମାଜରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଝିଅଙ୍କ କାନ୍ଧରେ ମାଆର କୋକେଇ ଉଠିଲା। ଜନ୍ମଦାତ୍ରୀ ଆରପାରିକୁ ଚାଲିଗଲା ପରେ ଛାତିକୁ ପଥର କରି ଝିଅମାନେ କୋକେଇରେ ତାଙ୍କୁ ଶ୍ମଶାନ ନେଇଛନ୍ତି। ମାଆକୁ ଚାରି କାନ୍ଧ ଦେଇଛନ୍ତି ଚାରି ଝିଅ। ଅନ୍ୟ ପୁରୁଷ କୋକେଇ ବୋହିଥିଲେ ମଧ୍ୟ ଝିଅମାନେ ନିଜ ନିଜର କାନ୍ଧ କୋକେଇଲେ ଲଗାଇଥିଲେ। କେବଳ ଏତିକି ନୁହେଁ, ମାଆର ମର ଶରୀରକୁ ଶ୍ମଶାନ ନେବା ପରେ ବଡ଼ ଝିଅ ଦେଇଥିଲେ ମୁଖାଗ୍ନି। ପୁଅର ଭୂମିକାରେ ଅବତୀର୍ଣ୍ଣ ହେବା ସହିତ ମାଆ ମୁହଁରେ ନିଆଁ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ବଡ଼ ଝିଅ ଦମୟନ୍ତୀ।

ବଡ଼ଝିଅ କହିଛନ୍ତି ଆମେ ବହୁତ ଦୁଃଖ କଷ୍ଟରେ ବଢିଛୁ। ଆମ ପାଖରେ କିଛି ନାହିଁ, ଯଦି ସରକାରୀ ସହାୟତା ନମିଳେ ତେବେ ପୂରା ପରିବାର ଭାସିଯିବ ବୋଲି ସେ କହିଛନ୍ତି।

ବାଲେଶ୍ୱର ରେମୁଣା ବ୍ଲକ ଦୁମୁଦା ଗାଁର ହାରାମଣି ପରିବାର କହିଲେ ସ୍ୱାମୀଙ୍କ ସହିତ ୪ ଝିଅ ରହନ୍ତି। ୪ ଝିଅ ଯାକ ଦିବ୍ୟାଙ୍ଗ, ଜନ୍ମରୁ ମୁକ ଓ ବଧିର। ସ୍ୱାମୀ ମଧ୍ୟ ମୂକ, ସେ ଏବେ ଶଯ୍ୟାଶାୟୀ। ପରିବାରରେ କେବଳ ହାରାମଣି ହିଁ କଥା କହିପାରୁଥିଲେ। ହାରାମଣିଙ୍କ ୫ଜଣ ଝିଅ ରହିଛନ୍ତି। ବଡ଼ ଝିଅ ଦମୟନ୍ତୀ କଥା କହିପାରୁଥିବାରୁ ତାଙ୍କର ବାହାଘର ହୋଇଥିଲା। ବାକି ୪ ଝିଅଙ୍କ ବୟସ ୫୦ ବର୍ଷ ଟପିଥିଲେ ମଧ୍ୟ କେହି ବାହା ହୋଇପାରି ନାହାନ୍ତି। ବଞ୍ଚିଥିଲା ଯାଏ ହାରାମଣି କାହାକୁ ଟିକେ ବି ଅଣଦେଖା ନ କରି ସବୁ ଝିଅଙ୍କ ଲାଳନପାଳନ କରିଥିଲେ। ବୟସର ଅପରାହ୍ନରେ ବି ପର ଘରେ ବାସି କାମ କରି ସ୍ୱାମୀ ଓ ୪ ଝିଅଙ୍କୁ ଆହାର ଦେଉଥିଲେ ହାରାମଣି। ମାଆ ସହିତ ସାହା ବି ଗଲା, ତେଣୁ ବୁକୁ ଫଟାଇ କାନ୍ଦିଛନ୍ତି ଝିଅମାନେ।

You might also like