ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ, ଘରୁ ତଡ଼ିଦେଲେ ପୁଅବୋହୂ

ଏମିତି କୁଳାଙ୍ଗାର ପୁଅକୁ ଶତଧିକ୍, ବାର ଦୁଆର ବୁଲୁଛନ୍ତି ବୁଢ଼ାବୁଢ଼ୀ

ସୋର (ଶଶିକାନ୍ତ ବେହେରା) : ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ । ଜୀବନର ସଞ୍ଜ ନଇଁ ଆସିଛି ।  ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଛିଡ଼ା ହେବା କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତିନାତୁଣୀଙ୍କ ସହ ଖେଳିବା କଥା, ସହି ସମୟରେ ବୁଢ଼ା ବରଗଛ ପାଲଟିଛି ସାହାଭରସା ।  ପରିଣତ ବୟସରେ ଅଲୋଡା ହୋଇପଡିଛନ୍ତି ବାପା ମାଆ । ରକ୍ତକୁ ପାଣି କରି ଗଢ଼ିଥିବା ସୁନାର ସଂସାର ଆଜି ଚୁନା ହୋଇଗଲା ।  ଦୁଇ ଦୁଇଟି ପୁଅ ଜନ୍ମ କରି ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ବର ଗଛ ମୂଳେ ମାଟି କାମୁଡ଼ି ପଡ଼ି ରହିଛନ୍ତି ଅସହାୟ  ବାପାମାଆ ।

ଏମିତି କୁଳାଙ୍ଗାର ପୁଅକୁ ଶତ ଧିକ୍ । ବୁଢ଼ାବୁଢ଼ୀ ବୟସରେ ନିରାଶ୍ରୟ ଦମ୍ପତି । ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ୍ ଅନ୍ତର୍ଗତ ସୁଲତାନପୁର ଜିଲ୍ଲା ପ୍ରହ୍ଲାଦ ମହାଲିକ୍ ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ମହାଳିକ । ଘର ଦୁଇ ଭେଣ୍ଡିଆ ପୁଅ, ବୋହୂ ଓ ନାତିନାତୁଣୀ । କିନ୍ତୁ ସ୍ଥିତି ଏପରି ହୋଇଛି ଯେ ଉଭୟଙ୍କୁ ବରଗଛ ମୂଳେ ଆଶ୍ରୟ ନେବାକୁ ପଡ଼ୁଛି । ନିଜେ ନଖାଇ ପୁଅଙ୍କ ମୁହଁକୁ ଦାନା ଦେଇ ମଣିଷ କରିଥିଲେ ଯେ, ଶେଷ ଅବସ୍ଥାରେ ପର କରିଦେଲେ । ବୟସର ଅପରାହ୍ନରେ ଆଶାବାଡି ହେବେ କ’ଣ ଘରୁ ତଡ଼ିଦେଲେ ଦୁଇ ଅନ୍ଧର ଲଉଡି ।

ବୃଦ୍ଧ ପ୍ରହ୍ଲାଦଙ୍କ କହିବା ଅନୁଯାୟୀ ବଡ଼ ପୁଅ ଘରେ ଆଶ୍ରୟ ଦେଇଥିଲେ, କିନ୍ତୁ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସାନ ପୁଅ ପରିବାର ଗାଳିକୁଲଜ କରିବା ସହ  ମାଡ଼ ମାରି ଘରୁ ତଡ଼ି ଦେଇଥିଲେ । ଜନ୍ମ କଲା ପୁଅ ସିନା ପର କରିଦେଲା, ହେଲେ ଯାହାର ହାତ ଧରି ସାତ ଜନ୍ମର ସାଥି ହୋଇ ଆସିଥିଲେ ତାଙ୍କୁ କେମିତି ପର କରିପାରିଥାନ୍ତେ । ପୁଅ ଘରୁ ତଡି ଦେବା ପରେ ତା’ର ହାତ ଧରି ଏକ ବର ଗଛ ମୂଳେ ଆଶ୍ରୟ ନେଇଥିଲେ ପ୍ରହ୍ଲାଦ ମହାଲିକ୍ ।

ଦଇବର ଖେଳ ଦେଖନ୍ତୁ ପୁଅ ସିନା ପଚାରିଲାନି, ସେହି ବାଟ ଦେଇ ଯାଉଥିବା ଦରଦୀ ଦମ୍ପତିଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଉ ତା’ପରେ ନିଜ ଘରକୁ ଡାକି ଆଣି ସେମାନଙ୍କ ସେବା ଶୁଶ୍ରୁସା କରି ଖାଇବାକୁ ଦେଇଛନ୍ତି । ଆପଣ ଥରେ ଚିନ୍ତା କରନ୍ତୁ ବୟସ ଗଡ଼ିଗଲା ପରେ ପରିବାର ଲୋକ ପର କରିଦେବେ, କେଉଁଠି ଆଶ୍ରୟ ନେବେ ଏମାନେ ।

You might also like