ଦେହରେ ତେଲ ମାଖି କରୁଥିଲେ ଲୁଟ୍, ଶେଷରେ…

ଭୁବନେଶ୍ୱର: ଲୁଟ୍‌ କରି ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଦେହରେ ତେଲ ଲଗାଉଥିଲେ ଲୁଟେରା। ଆଉ ଧରିବାକୁ କେହି ଚେଷ୍ଟା କଲେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ହେଲେ ଶେଷରେ ପୋଲିସ୍ ହାତରେ‌ ଧରାପଡ଼ିଲେ। ଭୁବନେଶ୍ୱରରେ ୨ଟି ଲୁଟେରା ଗ୍ୟାଙ୍ଗ୍‌କୁ ପୋଲିସ୍ ଧରିଛି।

ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳନଗର ପୋଲିସ୍ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ର ମିଳିତ ଉଦ୍ୟମରେ ୮ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ‌୭୦ଟି ମୋବାଇଲ, ୨୨ଟି ଲାପଟପ୍, ୯ଟି ଚୋରା ବାଇକ ଜବତ କରାଯାଇଛି।

୨ଟି ଗ୍ୟାଙ୍ଗ୍‌ ଭିତରେ ଗୋଟିଏ ଘରେ ପଶି ଲୁଟ୍‌ କରୁଥିବା ବେଳେ ଅନ୍ୟ ଏକ ଗ୍ୟାଙ୍ଗ୍‌ ହାଇୱେରୁ ଲୁଟ୍‌ କରୁଥିଲେ।

You might also like