ଫୁଲବାଣୀ: ଯୌନ ବ୍ୟଭିଚାର ଭିଡିଓ ଭାଇରାଲ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ଅାଜି ଏ ନେଇ ଏକ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ପ୍ରତୀକ ସିଂହ। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନେଇଛି କନ୍ଧମାଳ ପୋଲିସ। ଭାଇରାଲ ଭିଡିଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ କରିଥିବା ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଭାଇରାଲ ଭିଡିଓ ଘଟଣାର ତଦନ୍ତ ପାଇଁ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଅାଯାଇଛି।
ଅଭିଯୁକ୍ତ ଦେବେନ୍ଦ୍ରଙ୍କୁ ଖୋଜିବାକୁ ୨ଟି ସ୍ପେଶାଲ ଟିମ୍ ଗଠନ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ଗତକାଲି OTVରେ ଦେବେନ୍ଦ୍ରଙ୍କ ଯୌନ ବ୍ୟଭିଚାର ଭିଡିଓ ସମ୍ପର୍କିତ ଖବର ପ୍ରସାରଣ କରାଯାଇଥିଲା। କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ, କହଁରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଅାଣିଥିଲେ। କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖି ବ୍ଲାକ୍ମେଲ୍ କରୁଥିବା ସେ ଏଫଅାଇଅାରରେ ଦର୍ଶାଇଥିଲେ। ତେବେ ଥାନାରେ ମାମଲା ପରେ ପୂର୍ବତନ ବିଧାୟକ କହଁର ଫେରାର ଥିବାରୁ ତାଙ୍କର ପ୍ରତିକ୍ରିୟା ନେବା ସମ୍ଭବ ହୋଇପାରିନାହିଁ।
Published By: Odishatv Bureau
Last updated: 08 September 2018, 11:11 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।