ACPଙ୍କ ପୁଅର ଆତ୍ମହତ୍ୟା!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସଞ୍ଜୀବ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ ଓ ତାଙ୍କର ବୟସ ୧୨ବର୍ଷ ହେବବୋଲି ଜଣାପଡ଼ିଛି।

ଏସିପି ସଞ୍ଜୀବ ଶତପଥୀ ଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍‌ରେ ଅଛନ୍ତି।

କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ। ତେବେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍‌ ଖେଳୁଥିଲେ ବୋଲି ସୂଚନା ମିଳିଛି। ଉଲ୍ଲେଖଥାଉ କି, ପୂର୍ବରୁ ଅନେକ ମରଣାନ୍ତକ ଅନ୍‌ଲାଇନ୍‌ ଗେମ୍‌ ଖେଳି ଅନେକଙ୍କ ମୃତ୍ୟୁ ଘଟିଛି। ତେବେ ସଞ୍ଜୀବଙ୍କ ପୁଅଙ୍କ ମୃତ୍ୟୁ ପଛର କାରଣ ଏହା ନା ଆଉ କିଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

You might also like