ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଓଏସ୍ ଅଧିକାରୀ ଅଜୟ କୁମାର ଦାସ ଗିରଫ କରିଛି ଭିଜିଲାନ୍ସ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଅଜୟଙ୍କ ଘରେ ଗତକାଲି ରେଡ୍ କରିବା ପରେ ଆଜି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।

ଗତକାଲି ଦିନ ତମାମ ଅଜୟଙ୍କ ବିଭିନ୍ନ ଘରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଟଙ୍କପାଣି ରୋଡସ୍ଥିତ ଘର, ନୂଆଗାଁ ଆଉଟ୍ ହାଉସ୍, ପଟିଆ ଫ୍ଲାଟ୍ ସହ ବାଲେଶ୍ୱରରେ ଥିବା ଦୁଇ ମହଲା ଘରେ ମଧ୍ୟ ରେଡ୍ କରିଥିଲା ଭୁବନେଶ୍ୱର ଡିଭିଜନ୍ ଭିଜିଲାନ୍ସ ଟିମ୍।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ସୁରାକ ପାଇବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ତେବେ ଅବସର ଗ୍ରହଣର ମାତ୍ର ୨ ମାସ ପୂର୍ବରୁ ତାଙ୍କୁ ଏଭଳି ଅଭିଯୋଗରେ ଗିରଫ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଜୟ ଦାସ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତାଙ୍କୁ ଫସାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି।

You might also like