ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଏଥିନିମନ୍ତେ ଗତକାଲିଠୁ ରାଜଧାନୀ ଭୁବନେଶ୍ୱର ଅତି ସୁନ୍ଦର ଭାବେ ସଜେଇ ହୋଇଛି। ରଙ୍ଗୀନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହେବ। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି। ଏଣିକି ଭୁବନେଶ୍ୱରରେ ଥିବା ସମସ୍ତ ୬୭ଟି ୱାର୍ଡ ପାଇଁ କାର୍ଯ୍ୟାଳୟ ଖୋଲିବ।