• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ପବିତ୍ର ମହାଷ୍ଟମୀ ପୂଜା। ଏହାସହ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି ସନ୍ଧିପୂଜା। ମହିଳାମାନେ ଆଜି ଅଷ୍ଟମୀ ବ୍ରତ ଓ ଉପାସନା ରଖିଥିବାରୁ ସବୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି ଚହଳି।
ଘଣ୍ଟ ଘଣ୍ଟା ଶଦ୍ଦରେ ଉଚ୍ଛୁଳୁ ପଡୁଥିଲା ପରିବେଶ। ମନ୍ତ୍ରପାଠରେ ମୁଖରିତ ହେଉଥିଲା ସମଗ୍ର ଅଞ୍ଚଳ। ମହାମାୟୀଙ୍କ ପବିତ୍ର ମହାଷ୍ଟମୀ ପୂଜା ଲାଗି ଆଜି ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଦେଖଇବାକୁ ମିଳିଥିଲା ଏମିତି ଭାବ ଓ ଭକ୍ତିମୟ ପରିବେଶ।
ମହିଳାମାନେ ହାତରେ ଶାଢି, ଶଙ୍ଖା ଓ ସିନ୍ଦୂର ସହ ପୂଜା ସାମଗ୍ରୀ ଧରି ପୂଜା ମଣ୍ଡପରେ ଲମ୍ବା ଲାଇନ୍ ଲଗାଇଥିଲେ।
ସବୁଠି ଆଖି ଝଲସା ସାଜସଜା
ରାଜଧାନୀ ଭୁବନେଶ୍ୱରରୁ କଟକ ସହର, ସବୁଠି ପୂଜା ମଣ୍ଡପରେ ଆଖି ଝଲସା ସାଜସଜା। ସୁନା ଓ ଚାନ୍ଦି ଆଭୂଷଣରେ ଝଟକୁଛି ମା’ଙ୍କ ମୃଣୟୀ ମୂର୍ତ୍ତି। ଏହାସହ ଦର୍ଶକଙ୍କ ମନ ଜିଣୁଛି ଆକର୍ଷଣୀୟ ତୋରଣ।
କେବଳ ରାଜଧାନୀ ଭୁବନେଶ୍ୱର କି କଟକ ନୁହେଁ ସାରା ରାଜ୍ୟରେ ମା’ଙ୍କ ପୂଜାକୁ ନେଇ ଦେଖଇବାକୁ ମିଳୁଛି ଉତ୍ସାହର ମାହୋଲ। ସବୁଠି ଉତ୍ସାହ ଓ ଉଦ୍ଦୀପନା।

https://youtu.be/nfNBQorT9X0

Special-prayer-offered-to-goddess-durga-across-odisha-on-maha-ashtami
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories