• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ  ଦିଆଯାଇଛି।  କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଗତବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଥିଲା। ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ମୁସ୍ତାକ ସ୍କୁଲ ବାରଣ୍ଡାରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ନାବାଳିକାଟି ଚିତ୍କାର କରିବାରୁ ସ୍କୁଲ କାନ୍ଥରେ ତାଙ୍କ ମୁଣ୍ଡକୁ ମଧ୍ୟ ସେ ପିଟି ଦେଇଥିଲା।

ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ନାବାଳିକାକୁ ପରିବାର ଲୋକେ ଏସସିବିରେ ଭର୍ତ୍ତି କରିଥିଲେ। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଥିଲା ପୀଡ଼ିତା। ଏହି ଘଟଣାରେ ପୁଲିସ୍‌  ଅଭିଯୁକ୍ତକୁ ଗିରଫ କରିବା ସହ ଏହି ମାମଲାର ବିଚାର କରି ଘଟଣାର ୧୯ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ଶେଷରେ ୪୬ ଜଣଙ୍କ ମଧ୍ୟରୁ ୨୩ ଜଣ ସାକ୍ଷୀଙ୍କ ବୟାନ, ଫରେନସିକ୍ ରିପୋର୍ଟ, ଡିଏନ୍ଏ ରିପୋର୍ଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣ ଆଧାରରେ ମାମଲାର ବିଚାର କରି ଅଭିଯୁକ୍ତ ମହମ୍ମଦ ମୁସ୍ତାକ ବିରୋଧରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।

Special-pocso-court-awards-death-sentence-to-md-mustaq-accused-of-raping-murdering-6-year-old-girl-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories