ସରିଲା ସ୍ପେଶାଲ୍ ଓଜେଇଇ ପରୀକ୍ଷା
ଭୁବନେଶ୍ୱର: ଖାଲି ପଡ଼ିଥିବା ବି.ଟେକ୍, ବି.ଫାର୍ମ, ଏମ୍ସିଏ, ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶେଷ ହେଲା ଓଜେଇଇ ପରୀକ୍ଷା। ଆଜି ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଏ ପରୀକ୍ଷା ଦେଇଛନ୍ତି।
ସ୍ପେଶାଲ୍ ଓଜେଇଇ ଲାଗି ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲ। ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ପ୍ରଥମ ସିଟିଂ ସକାଳ ସାଢ଼େ ୯ରୁ ଆରମ୍ଭ ହୋଇ ସାଢ଼େ ୧୦ଟାରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ସିଟିଂ ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ଓଜେଇଇ ପରେ ଖାଲି ପଡୁଥିବା ଇଞ୍ଜିନିୟରିଂ ତଥା ପ୍ରଫେସନାଲ କୋର୍ସରେ କଲେଜ୍ଗୁଡ଼ିକରେ ଖାଲି ପଡୁଥିବା ସିଟ୍ ପୂରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓଜେଇଇର ଆୟୋଜନ କରାଯାଇଛି