ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍; ଫେରିଲେ ପୁଣି ୨୦୦ ପ୍ରବାସୀ

ରାୟଗଡା: ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍‌ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି ।

ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକ ମାନଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି ।

ଏହି ସମୟରେ ପିତାମହଲଠାରୁ ଜେକେପୁର ରୋଡ, ରେଳଷ୍ଟେସନ ଅଂଚଳ, ଜେଏସକୋ କଲୋନୀ ଠାରୁ ନ୍ୟୁ ବସଷ୍ଟାଣ୍ଡ, ଏନଏଚ୍ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଛି।

You might also like