ଭୁବନେଶ୍ୱର : ରେଳ ଧାରଣାରେ ହାତୀ ମୃତ୍ୟୁ ରୋକିବ ମହୁମାଛି ପନ୍ଥା। ଏଥିପାଇଁ ରେଳ ଧାରଣା କଡ଼ରେ ଲାଗିବ ମେସିନ୍। ଯେଉଁଥିରୁ ବାହାରିବ ମହୁମାଛି ଶବ୍ଦ। ରେଳ ଅାସିବା ସମୟରେ ଶବ୍ଦ ବାହାରିଲେ ହାତୀ ପାଖ ମାଡ଼ିବେନି। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଅାରମ୍ଭ ହେବ। ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫ୍ଓଙ୍କୁ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି।
ଅାଜି ରେଳ, ଶକ୍ତି ବିଭାଗ ଓ ବନ ବିଭାଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି। ବୈଠକ ପରେ ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା ଏହି ସୂଚନା ଦେଇଛନ୍ତି।