ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସଚିବଙ୍କୁ ଦାୟିତ୍ୱ ଦେଲେ ସରକାର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଚିବମାନେ ଜିଲ୍ଲାରେ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବେ।

ତେବେ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ଭାବେ ଅନୁ ଗର୍ଗ ଓ ଏନ୍. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଯାଇଥିବା ବେଳେ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ବଲାଙ୍ଗିର-ବରଗଡ଼ ନୂଆପଡ଼ା ଦାୟିତ୍ୱ ଦିଆଯାଇଛି। ସେପଟେ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି। ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିତ ଭାବେ ମୟୂରଭଂଜ ଓ କେନ୍ଦୁଝର ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ସେହିଭଳି ଜି. ମାଥିଭାଥନନଙ୍କୁ ଗଂଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱ, ହେମନ୍ତ ଶର୍ମା ଓ ସୁରେଶ ଦଳାଇଙ୍କୁ ଯାଜପୁର-ଜଗତସିଂହପୁର, କେନ୍ଦ୍ରାପଡ଼ାର ଦାୟିତ୍ୱ, ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ-ଦେବଗଡ଼-ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି। ସେହିଭଳି ଚିତ୍ରା ଅରୁମୁଗମଙ୍କୁ ସମ୍ବଲପୁର ଓ ସୋନପୁର ଜିଲ୍ଲା ଦାୟିତ୍ୱ, ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅନ୍ୟପଟେ ଭି.ଭି ଯାଦବ ଓ ରସିଦ ଖାନଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର କୋଭିଡ ଅବଜରଭର ଭାବେ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ଅଧିକାରୀମାନଙ୍କର ସମ୍ବୂର୍ଣ୍ଣ ଦାୟିତ୍ୱ ରହିବ ବୋଲି କୁହାଯାଇଛି। ଏହି ଅଧିକାରୀମାନେ ଜିଲ୍ଲାରେ ହଉଥିବା ସଂକ୍ରମଣ ଉପରେ ତିକ୍ଷ୍ନ ନଜର ରଖିବେ। ତେବେ ଏନେଇ ଜିଏ ଅଣ୍ଡ ପିଏ ବିଭାଗ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା ହସ୍ତାକ୍ଷର କରିଛନ୍ତି। ଏହାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଠାଯିବା ସହ ସମସ୍ତ ସରକାରୀ ବିଭାଗକୁ ପଠାଯାଇଛି।

You might also like