• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁରୀ: ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ଜାରି ହୋଇଛି। ସଭାସମିତି ପାଇଁ ଗାଇଡଲାଇନ ଜାରି କରିଛନ୍ତି ଏସଆରସି। ନିୟମ ଅନୁସାରେ, ଇଣ୍ଡୋରରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା। ଏହାସହ ଇଣ୍ଡୋର ହଲରେ ୫୦% ସିଟରେ ବସିପାରିବେ ଲୋକେ। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ସହ ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ କରିବ ପ୍ରଶାସନ ବୋଲି ଏସଆରସି କହିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ଗତକାଲିଠାରୁ ନୋମିନେସନ୍ ସରିଛି। ଗତକାଲି ଶେଷ ଦିନରେ ନେତା ଓ ସମର୍ଥକଙ୍କ ଗହଣରେ ଯାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ନାମାଙ୍କନ ଦାଖଲ କରିସାଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନୋମିନେସନ କରିସାରିଛନ୍ତି। ଯୋଦ୍ଧାଙ୍କ ନାମାଙ୍କନ ଦାଖଲ ସହ ପିପିଲିରେ ଲଢେଇ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଜେପି ଗତାକାଲି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବାବେଳେ ବିଜେଡି ଛାମୁଆ ସଂଗଠନର ନେତାଙ୍କୁ ଧରି ଗଡ଼ ଜଗିବା ଆରମ୍ଭ କରିଛି। କଂଗ୍ରେସ ବି କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଥିବା ଦେଖିବାକୁ ମିଳିଛି।

ତେବେ ପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି ପିପିଲି ନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି।

ପିପିଲି ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି। ସ୍ୱର୍ଗତ ପ୍ରଦୀପ ମହାରାଥୀଙ୍କ ପୁଅ ରୁଦ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେହିପରି  କଂଗ୍ରେସ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ  କରିଛି। କାଲି ନାମାଙ୍କନପତ୍ର ଦାଖଲ ସରିଯାଇଛି।

ତେବେ ଏହାରି ମଧ୍ୟରେ କରୋନାକୁ ନଜରରେ ରଖି ଏପ୍ରିଲ ମାସ ଲାଗି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁସାରେ, ଏହି ଗାଇଡ ଲାଇନ ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ନୂଆ ଗାଇଡଲାଇନ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଲେ SRC । ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦେବା ସହ କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର। କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି, ଏହାସହ ଘରକୁ ଘର ସର୍ଭେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ପିପିଲିରେ ନିର୍ବାଚନ ହେବାକୁ ଥିବାରୁ ଏହା ଉପରେ ସ୍ୱତନ୍ତ୍ର ନଜର ରଖାଯିବା ସହ କେମିତି କରୋନା ନିୟମ ମନାଯାଉଛି ତାହାକୁ ନଜରରେ ରଖାଯାଇଥିବା ସୂଚନା ମିଳିଛି।

Special-guidelines-for-pipili-by-election
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories