ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧିମୟ ହେବ ଓଡ଼ିଶା ବିଧାନସଭା। ମହାତ୍ମା ଗାନ୍ଧିଙ୍କ ଉପରେ କାଲି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଆସନ୍ତାକାଲି ଶହେ ବର୍ଷ ପୂରିବ। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ସ୍ୱତନ୍ତ୍ର ଆଲୋଚନା ହେବ, ସଂକଳ୍ପ ଅଣାଯାଇ ପାରିତ କରାଯିବ। ଏଥିପାଇଁ କାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ବାତିଲ କରାଯାଇଛି। ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆଲୋଚନା ହେବ। ଏହି ସମୟରେ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ।