ରାଜଧାନୀରେ ବଢିବ କରୋନା ଟେଷ୍ଟିଂ, ବସ୍ତି ପାଇଁ ସ୍ପେଶାଲ ଷ୍ଟ୍ରାଟେଜି

ଭୁବନେଶ୍ୱର: ରାଜଧାନୀରେ ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ଆଉ ୧୫ଶହ କୋଭିଡ୍ ବେଡ୍ ବଢିବ। ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ।

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛୁ, ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍ ଅଛନ୍ତି, ନିରନ୍ତର କାମ କରୁଛନ୍ତି। ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ ସର୍ଭେଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ହେଉଛି। ସଚେତକ ଆପ୍ କରାଯାଇଛି, ଉକ୍ତ ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି।

ସେ ଆହୁରି କହିଛନ୍ତି ଯେ ୬ଟି ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମ୍ କରାଯାଇଛି। ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ୧୦୨୫ ଶଯ୍ୟାର କୋଭିଡ ହସ୍ପିଟାଲ, ୬୦ ଶଯ୍ୟାର ହେଲଥ ସେଣ୍ଟର ରହିଛି।

ଏବେ ଭୁବନେଶ୍ୱରରେ ୧୬୭ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ଆଉ ୧୫ଶହ କୋଭିଡ଼ ଶଯ୍ୟା ବଢ଼ାଇବା ଯୋଜନା କରାଯାଉଥିବା ସେ କହିଛନ୍ତି। ଏହାସହ ଲକଡାଉନକୁ ମାନନ୍ତୁ, ତାକୁ ପାଳନ କରନ୍ତୁ, ଭିଡ଼କୁ ଯାଆନ୍ତୁନି ବୋଲି ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି।

You might also like