• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ ଜମା ୧ କୋଟି ୮୮ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି ଲାଗି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ନିଲାମରୁ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ସିସୋର କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ଲାଗି କଟକ ଏଡିଏମ୍ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ପକ୍ଷରୁ ସ୍ୱତନ୍ତ୍ର ଚିଟଫଣ୍ଡ୍ ଅଦାଲତରେ ଆବେଦନ କରାଯାଇଥିଲା। ସେପଟେ କୋର୍ଟଙ୍କ ରାୟକୁ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ସ୍ୱାଗତ କରିଛନ୍ତି।

ସିସୋର ଚିଟଫଣ୍ଡ ଗତ ଦଶନ୍ଧିର ସବୁଠାରୁ ବଡ଼ ଦୁର୍ନୀତି ଥିଲା। ଏହି ଘଟଣାର ତଦନ୍ତ ସିବିଆଇ ହାତକୁ ଯାଇଥିଲା। ସିବିଆଇର ତନାଘନା ପରେ ଏହି ଦୁର୍ନୀତିରେ ଅନେକ ନେତା, ଅଭିନେତା, ଶିଳ୍ପପତି, ଅମଲାଙ୍କ ନାଁ ଆସିଥିଲା।

https://www.youtube.com/watch?v=BDKdty150yQ

Special-court-hearing-about-seashore-chitfunf-scam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories