• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି  ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତାପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କେହି ବି ସେବାୟତଙ୍କ ସହ ଆଲୋଚନା କରିନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଭକ୍ତଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦେଖି ସେବାୟତ ବାଧ୍ୟ ହୋଇ ମନ୍ଦିର ଖୋଲି ନୀତି କରିଥିଲେ ବୋଲି ଚିଠିରେ ଲେଖାଯାଇଛି।

ଅନ୍ୟପକ୍ଷରେ ନୂଆବର୍ଷ ସମୟରେ ବି ଅନୁରୂପ ଘଟଣା ଘଟିବା ନେଇ ଚିଠିରେ ଆଶଙ୍କା ବ୍ୟକ୍ତ କରାଯାଇଛି। ସେବାୟତମାନେ ରାତି ୨ଟାରୁ ମନ୍ଦିର ଖୋଲି ଯଥାପୂର୍ବକ ନୀତି ଆରମ୍ଭ କରିବେ। ତେବେ ଅପରାହ୍ନ ୪ଟାରେ ସେମାନେ ଶ୍ରୀଜୀଉଙ୍କ ପହୁଡ଼ କରିଦେବେ ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଏହା ହେଲେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ ଏବଂ ଏହା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବା ଚିଠିରେ ଚେତାଇ ଦିଆଯାଇଛି। ଏପରିକି ଭକ୍ତମାନେ ବଳପୂର୍ବକ ମନ୍ଦିର ଭିତରେ ଧସେଇ ପଶିବାର ଆଶଙ୍କା ମଧ୍ୟ ରହିଛି। ଏଭଳି ଘଟଣାକୁ ଏଡ଼ାଇବା ଲାଗି ପ୍ରଶାସନ ସତର୍କ ରହିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି।

https://youtu.be/Syk_XLuMEd4

Special-branch-warns-of-ruckus-in-puri-srimandir-again
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories