ନୂଆ ବ୍ୟାରିକେଡ୍‌ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ

ପୁରୀ: ନୂଆ ବ୍ୟାରିକେଡ୍‌ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା।

ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ଦିଅଁଙ୍କ ବିମାନ ଯାଇ ପାରିନଥିଲା। ଆଉ ଏହି ବ୍ୟାରିକେଡ୍‌କୁ ହଟାଇବାକୁ କେହି ନ ଥିବାରୁ ୧୫ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ୁ ସେବକ ଆସି ବ୍ୟାରିକେଡ୍ ହଟାଇବା ପରେ ଦିଅଁ ମଠକୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଦିଅଁ ବିଜେ ହେଲେ। 

ଗତକାଲି ଶ୍ରୀ ପଞ୍ଚମୀ ଅବସରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ନୀତିକାନ୍ତି ବିଳମ୍ବିତ ହୋଇଥିଲା। ଯାହାପରେ ରାତିରେ ଦୁଇ ଘଣ୍ଟା ବିଳମ୍ବରେ ଦିଅଁ ବିଜେ କରିଥିଲେ।

You might also like