ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍‌ ବ୍ୟବସ୍ଥା

ପୁରୀ: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି।

ଏହାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ  ୫ ଗୋଟି OSRTC ବସ୍‌ର ବ୍ୟବସ୍ଥା ହୋଇଛି।  ଏଥିରେ ୬୫୦ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକ କୋଲକାତା ଯାଇପାରିବେ। ପ୍ରଥମ ବସ୍ ଆଜି ସକାଳ ୧୦ଟାରେ ପୁରୀ ଛାଡ଼ିବ।

ସେହିପରି ସ୍ପେଶାଲ ଟ୍ରେନ୍‌ର ମଧ୍ୟ ବ୍ୟବସ୍ଥା ହୋଇଛି। ପୁରୀରୁ କୋଲକାତା ଶାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ। ଆଜି ମଧ୍ୟାହ୍ନ ୧୨ଟାରେ ଏହା ପୁରୀ ଛାଡ଼ି ଅପରାହ୍ନ ୧ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ୍‌ରେ ଜେନେରାଲ, ସ୍ଲିପର, ଥ୍ରି ଟାୟର ଓ ଟୁ ଟାୟର ବ୍ୟବସ୍ଥା ରହିଛି। ଏହା ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ ଷ୍ଟେସନ୍‌ରେ ରହିବ। ଯାଜପୁର-କେନ୍ଦୁଝର ରୋଡ୍, ଭଦ୍ରକରେ ମଧ୍ୟ ଏହି ସ୍ୱତନ୍ତ୍ର ଟ୍ରେନ୍‌ ରହିବ। ଏହାସହ ବାଲେଶ୍ୱର ଓ ଖଡ଼ଗପୁରରେ ମଧ୍ୟ ଷ୍ଟପେଜ ବ୍ୟବସ୍ଥା ରହିଛି।

ମେ’ ୫ ଯାଏ ସ୍ଥାନୀୟ କୌଣସି ହୋଟେଲ୍‌ରେ ବୁକିଂ ନ ରଖିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଗତକାଲି ପୁରୀ ଛାଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପର୍ଯ୍ୟଟକଙ୍କୁ ନିବେଦନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like