ଟିକେଟ ନଥିଲେ ବି ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ଦେଖିପାରିବେ
ଭୁବନେଶ୍ୱର: ଟିକେଟ ନଥିଲେ ମଧ୍ୟ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବକୁ ଲୋକମାନେ ବିଗ୍ ଏଲ୍ଇଡି ସ୍କ୍ରିନ୍ରେ ଦେଖି ମଜା ଉଠାଇ ପାରିବେ। କାହିଁକି ନା ବିଶ୍ୱକପ ହକି ଉଦ୍ଘାଟନୀ ସମାରୋହ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ୧୨ଟି ସ୍ଥାନରେ ବଡ଼ବଡ଼ ଏଲ୍ଇଡି ଲାଗିବ। ବଡ଼ବଡ଼ ମଲ୍, ଖୋଲା ପଡ଼ିଆରେ ଏହି ଏଲ୍ଇଡି ଲାଗିବାକୁ ଥିବାବେଳେ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ସେପଟେ ମ୍ୟାଚ୍ ଏବଂ ଉଦ୍ଘାଟନୀ ସମାରୋହ ବେଳେ ସୁରକ୍ଷା ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଟିକେଟ୍ ନମିଳିବା ଯୋଗୁ ଦର୍ଶକମାନେ ନିରାଶ ନ ହୋଇ ପୂରା ଆଉଟଡୋରରେ ସିଧାସଳଖ ଏଲ୍ଇଡି ସ୍କ୍ରିନ୍ରେ ହକି ବିଶ୍ୱକପ ମ୍ୟାଚ୍କୁ ଲାଇଭ ଦେଖିପାରିବେ। ଟିକେଟ୍ରୁ ବଞ୍ଚିତ ହୋଇଥିବା ଲୋକଙ୍କ ପାଇଁ , ଭିଡ଼କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ତେବେ ଏଲ୍ଇଡି ଲାଗୁଥିବା ସ୍ଥାନରେ ପୁଲିସ୍ ମୁତୟନ ହେବେ।
ଉଦ୍ଘାଟନୀ ସମାରୋହରେ ବାହୁବଳି ଷ୍ଟାର ପ୍ରଭାସଙ୍କ ସହ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀଙ୍କ ସମେତ ଅନେକ କଳାକାର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
(ଭୁବନେଶ୍ୱରରୁ ଶୁଭ୍ରକାନ୍ତଙ୍କ ସହିତ ଆଲୋକ ମହାନ୍ତିଙ୍କ ରିପୋର୍ଟ)