ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ କମୁଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବିଭିନ୍ନ ପଶୁ ପକ୍ଷୀ ଯେମିତି ପ୍ରଭାବିତ ନହେବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଖାଲି ସାପ ନୁହେଁ ପାଣିରେ ରହୁଥିବା କୁମ୍ଭୀର ମଧ୍ୟ ଶୀତରେ ଅସ୍ତବ୍ୟସ୍ତ। କୁମ୍ଭୀରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏନ୍କ୍ଲୋଜର୍ ପାଣି ପାଖରେ ଶୁଖିଲା ବାଲି ପକା ଯାଇଛି। ସିମ୍ପାଜି ପାଇଁ ରୁମ୍ ଭିତରେ ପ୍ଲାଏ ଉଡ୍ ପଡ଼ିଛି। ପାଖରେ ରୁମ୍ ହିଟର ମଧ୍ୟ ରହିଛି।
ଏନ୍କ୍ଲୋଜର୍ରେ ରହୁଥିବା ପକ୍ଷୀମାନେ ମଧ୍ୟ ଶୀତରେ ପ୍ରକମ୍ପିତ ହେଉଛନ୍ତି। ଏମେରାଲ୍ଡ କପୋତ ହେଉ କିମ୍ବା ଲାଲମୁନିଆ ଓ ହଳଦୀ ପିଠିଆ ଲରି। ଏହି ସବୁ ପକ୍ଷୀମାନେ ରହୁଥିବା ଏନ୍କ୍ଲୋଜର୍କୁ ରାତିରେ ନେଟ୍ ମାଧ୍ୟମରେ ଘୋଡ଼ା ଯାଉଛି। ଶୀତୁଆ ପବନ ଯେଭଳି ପକ୍ଷୀଘର ଭିତରକୁ ପଶି ନ ପାରିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି।
ତେବେ ବାଘ, ଭାଲୁ ପ୍ରଭୃତି ଲୋମଶ ଜନ୍ତୁଙ୍କୁ ଶୀତ ସେଭଳି କାଟୁ କରେ ନାହିଁ। ତଥାପି ସେମାନଙ୍କ ଫିଡିଂ ଚାମ୍ବରକୁ ରାତିରେ ଖୋଲା ରଖାଯାଇଥାଏ।
ଅଧିକ ଶୀତ ପଡ଼ିଲେ, ଜନ୍ତୁମାନେ ଫିଡିଂ ଚାମ୍ବର ଭିତରକୁ ଚାଲି ଯାଇ ଥାଆନ୍ତି। ଶୀତରେ ଜନ୍ତୁମାନେ କୌଣସି ପ୍ରକାର ଅସୁବିଧାରେ ଯେଭଳି ନ ପଡ଼ନ୍ତି, ସେଥିପାଇଁ ନିୟମିତ ଯାଞ୍ଚ ସହ ସବୁଆଡ଼େ ନଜର ରଖା ଯାଇଛି।
ଶୀତ ମଣିଷକୁ ଯେତିକି ଅସ୍ତବ୍ୟସ୍ତ କରିଛି, ଜନ୍ତୁମାନଙ୍କ ଉପରେ ମଧ୍ୟ ସମାନ ପ୍ରଭାବ ପକାଇଛି। ମଣିଷ ସିନା କଥା କହୁଛି, କିନ୍ତୁ, ମୁହଁ ଖୋଲି ପାରୁ ନ ଥିବା ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ହିଁ ସେମାନଙ୍କ ପାଇଁ ଉଚିତ୍ ନ୍ୟାୟ ବୋଲି ପଶୁପକ୍ଷୀ ପ୍ରେମୀ ମତ ଦେଇଛନ୍ତି।