ବିଧାନସଭାରେ ଅାରମ୍ଭରୁ ହଙ୍ଗାମା

ବିଜେପି ଓ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ହଙ୍ଗାମା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।  ହଟ୍ଟଗୋଳ କାରଣରୁ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହକାର୍ଯ୍ୟ ।

ପ୍ରଥମେ ୧୧ଟା ୩୦ ଏବଂ ପରବର୍ତ୍ତି ସମୟରେ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟର ଅାଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବୀ ନୋଟିସ ଦେଇଥିଲା କଂଗ୍ରେସ। ବାଚସ୍ପତି କଂଗ୍ରେସର ମୁଲତବୀ ନୋଟିସ୍ ଗ୍ରହଣ ନକରିବାରୁ ନାରାବାଜି ଦେଇଥିଲେ କଂଗ୍ରେସ ସଦସ୍ୟ ।

ସେହିପରି ବିଜୁ ଯୁବ ବାହିନୀ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିଥିଲା ବିଜେପି। ଦଳର ସଭ୍ୟମାନେ କଳା ଗାଉନ୍ ପିନ୍ଧି ହଟ୍ଟଗୋଳ କରିଥିଲେ। ଅନ୍ୟପଟେ ଅଭିଜତ୍ ଅାୟର ମିତ୍ରଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ବିଜେଡି ଗୃହରେ ପ୍ରଶ୍ନ ଉଠାଇଥିଲା । ଶାସକ ଓ  ବିରୋଧୀଙ୍କ ହଟ୍ଟଗୋଳ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଛନ୍ତି।

You might also like