ଖୋର୍ଦ୍ଧା ସବ୍ ଜେଲର ୫ ନମ୍ବର ୱାର୍ଡରେ ଚାଲିଥିଲା ବ୍ରାଉନସୁଗର କାରବାର

ଭୁବନେଶ୍ୱର:  କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ଘଟଣାରେ ମତ ରଖିଛନ୍ତି ଏସ୍‌ପି । ଏହି ଭାଇରାଲ  ଭିଜୁଆଲଟି ଖୋର୍ଦ୍ଧା ଜେଲ୍‌ର ହୋଇଥିବା ସ୍ପଷ୍ଟ  କରିଛନ୍ତି ଏସ୍‌ପି  ।

ସେ କହିଛନ୍ତି  ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତ ୬ ତାରିଖରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଘଟଣା ପରେ ଖୋର୍ଦ୍ଧା ଜେଲ୍‌ରେ ଜୋରଦାର ଚଢାଉ ହୋଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ ପରେ ସବ୍‌ ଜେଲ୍ ଭିତରୁ ଗୁଟୁଖା, ସିଗାରେଟ ସହ ବିପୁଳ ମାଦକ ଦ୍ରବ୍ୟ ଜବତ ହୋଇଥିଲା।

ଏହାପରେ ଘଟଣାର ମିଳିତ ତଦନ୍ତ ମଧ୍ୟ କରାଯାଇଥିଲା। ତଦନ୍ତ ପରେ ଏହା ଜେଲର ୫ ନମ୍ବର ୱାର୍ଡର ଭିଜୁଆଲ ବୋଲି କହିଛନ୍ତି ଏସ୍‌ପି। ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି।

ସୂଚନାଥାଉ କି, ଖୋର୍ଦ୍ଧା ଜେଲ ପରେ ଏବେ ଝାରପଡ଼ା ଜେଲରେ ମଧ୍ୟ ନିଶା କାରବାର ଚାଲିଥିବା ନେଇ ଭିଡିଓ ଭାଇରାଲ ହୋଇଛି।

 

You might also like