• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଫୁଲବାଣୀ: ପୁଣି ଚର୍ଚ୍ଚାକୁ ଆସିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅଙ୍କୁ ଦିଆଯାଇଥିବା ଅନୁକମ୍ପା ରାଶି ଫେରାଇବାକୁ କନ୍ଧମାଳ ପୋଲିସ ନୋଟିସ୍ ଦେଇଛି । ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ ଅନୁକଂପା ରାଶି ବାବଦରେ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ଟଙ୍କା ଫେରାଇବାକୁ ଲୋକନାଥଙ୍କୁ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଯାଇଛି । ତେବେ ଅନୁକଂପା ରାଶି ଖର୍ଚ୍ଚ କରିଦେଇଥିବା ଓ ଦାରଦ୍ର୍ୟ କାରଣରୁ ସଂପୂର୍ଣ୍ଣ ଟଙ୍କା ଫେରାଇବାର ସାମର୍ଥ୍ୟ ନଥିବା କହିଛନ୍ତି ଲୋକନାଥ ।

ଟଙ୍କା ଫେରାଇବାକୁ ଦାବି କଲେ ଏସ୍‌ପିଙ୍କ ଅଫିସ୍ ଆଗରେ ଆତ୍ମାହୁତି ଦେବେ ବୋଲି ଲୋକନାଥ ଚେତାବନୀ ଦେଇଛନ୍ତି। ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକଂପା ରାଶି ଲକ୍ଷ୍ମଣାନନ୍ଦଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା । ଏହାର ୧ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପତ୍ନୀଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ କନ୍ଧମାଳ ଏସ୍‌ପି ପୁଣି ୨ ଲକ୍ଷର ସହାୟତା ପ୍ରଦାନ କରିଥିଲେ ।

ତେବେ ଚେକ୍ ଦେବାର ୪ ମାସ ପରେ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକନାଥଙ୍କୁ ଟଙ୍କା ଫେରନ୍ତ ପାଇଁ ନୋଟିସ କରାଯାଇଥିଲା । ତେବେ ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ବି ନୋଟିସ୍ ହୋଇଥିଲା ।

ନୋଟିସ୍ ଅନୁଯାୟୀ ଗତକାଲି ଲୋକନାଥ ଓ ତାଙ୍କ ପତ୍ନୀ ବାସନ୍ତୀ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ।  ତେବେ ଏହି ଅବସରରେ ଲୋକନାଥ କହିଛନ୍ତି ୧ ଲକ୍ଷ ଟଙ୍କା ଯୋଗାଡ଼ କରି ଫେରସ୍ତ କରିଛି । ଦାରିଦ୍ର୍ୟ କାରଣରୁ ଆଉ ଏକଲକ୍ଷ ଟଙ୍କା ଫେରସ୍ତ କରିବାର କ୍ଷମତା ନାହିଁ । ଯଦି ଏହି ଟଙ୍କା ଫେରସ୍ତ ପାଇଁ ବାଧ୍ୟ କରାଯାଏ ତେବେ ସେ ଓ ପତ୍ନୀ କନ୍ଧମାଳ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଲକ୍ଷ୍ମଣାନନ୍ଦଙ୍କ ବୋହୂ କହିଛନ୍ତି, ଆମକୁ ଯାଚିକରି ଟଙ୍କା ଦେଇଥିଲେ। ଲକ୍ଷ୍ମଣାନନ୍ଦଙ୍କର କିଏ ଉତ୍ତରାଧିକାରୀ ଅଛି ବୋଲି ଖୋଜି  ଖୋଜି ଆମ ପାଖରେ ପହଞ୍ଚିଥିଲେ ଓ ଆମକୁ ଏହି ଟଙ୍କା ଦେଇଥିଲେ। ଏବେ ଆମେ ସେହି ସବୁ ଟଙ୍କା ଖର୍ଚ୍ଚ କରି ଦେଇଛୁ। ଏକ ଲକ୍ଷ ଟଙ୍କା ଯୋଗାଡ କରି ଫେରାଇଛୁ। ଆଉ କେଉଁଠୁ ଦେବୁ  ବୋଲି ପ୍ରଶ୍ନ କରିଛନ୍ତି ଲକ୍ଷ୍ମଣାନନ୍ଦଙ୍କ ବୋହୂ। ଆଉ ଏକ ଲକ୍ଷ ପ୍ରଶାସନ ବହନ କରୁ । ଆଉ ଆମର ସାମର୍ଥ୍ୟ ନାହିଁ ବୋଲି ସେ କହିଛନ୍ତି।

Sp-noticed-to-laxmana-nanda-son-to-return-2-lakh-rupees
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories