ମୌସୁମୀ ବାୟୁ ଦୁର୍ବଳ; ଆସନ୍ତା ୨ରୁ ୩ ଦିନ ପାଗ ଶୁଖିଲା ରହିବ
ଭୁବନେଶ୍ୱର: ଦୁର୍ବଳ ହୋଇଛି ମୌସୁମୀ। ଫଳରେ ଆସନ୍ତା ୨ରୁ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି।
ଉପକୂଳ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ୨୯ ତାରିଖ ବେଳକୁ ମୌସୁମୀ ଶକ୍ତିଶାଳୀ ହେବ।
ଫଳରେ ୨୯, ୩୦ ତାରିଖ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।