ସୌମ୍ୟଙ୍କୁ କିଏ ଦେଲା ଅଧିକାର : ବଦ୍ରି

ସୌମ୍ୟରଂଜନଙ୍କ ଅାକ୍ଷେପକୁ ନେଇ ବଦ୍ରିଙ୍କ କଡ଼ା ଟିପ୍ପଣୀ

ଭୁବନେଶ୍ୱର : ସାଂସଦ ସୌମ୍ୟରଂଜନଙ୍କ ଅାକ୍ଷେପକୁ ନେଇ ବଦ୍ରିଙ୍କ କଡ଼ା ଟିପ୍ପଣୀ। କହିଲେ ‘ସୌମ୍ୟ ବାବୁ ବେପାରୀ ଲୋକ, ସବୁଥିରେ ତାଙ୍କର ବେପାର । କେନ୍ଦୁଝର ନୁହେଁ ସାରା ଓଡ଼ିଶାରେ ତାଙ୍କ ପରିବାର ପାଇଁ କଂଗ୍ରେସ ସତ୍ତା ହରାଇଛି। ଭାବୁଛନ୍ତି ବଦ୍ରିଙ୍କ ବିରୋଧରେ କହିଦେଲେ ତାଙ୍କ ଭାଇ କ୍ଷମତାକୁ ଫେରିବେ।’

ଏସବୁ ଅପପ୍ରଚାର, ବିଜେଡିରେ ତାଙ୍କୁ କିଏ କହିବାକୁ କ୍ଷମତା ଦେଲା ଜାଣିନି।  ସେ ରାଜଧର୍ମ ପାଳନ କରନ୍ତୁ । ବିଜେଡିରେ ରହି କଂଗ୍ରେସ ପାଇଁ କାମ କରିବା ଛାଡ଼ନ୍ତୁ। ବେପାର ଛାଡ଼ି ରାଜନୀତି କରନ୍ତୁ ବୋଲି କହି ସୌମ୍ୟଙ୍କ ଉପରେ ବର୍ଷିଛନ୍ତି ବଦ୍ରି ପାତ୍ର।

ଉଲ୍ଲେଖନୀୟ ଯେ, ବଦ୍ରିଙ୍କ ପୁଅଙ୍କ ଗିରଫଦାରୀ ନେଇ ତାଙ୍କ ବିରୋଧରେ ଦଳ ଭିତରୁ ଉଠିଛି ସ୍ୱର। ଅାଜି ବଦ୍ରିଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ। କହିଥିଲେ ମନ୍ତ୍ରୀମାନେ ଅାତ୍ମସମୀକ୍ଷା କରିବା ଦରକାର ।  ଆଉ ଏହାକୁ ନେଇ ବଦ୍ରି ସୌମ୍ୟଙ୍କୁ କଡ୍ଡା ଟିପ୍ପଣୀ ଦେଇଛନ୍ତି ।

You might also like