ବିଦ୍ୟୁତ୍‌ ସଂଯୋଗ ନାହିଁ, କିନ୍ତୁ ବିଲ୍ ଆସୁଛି

ବାଲେଶ୍ୱର: ସୌଭାଗ୍ୟ ଯୋଜନାରେ ୫୦ରୁ ଅଧିକ ପରିବାରଙ୍କ ଘରେ ବିଜୁଳି ସଂଯୋଗ ଲାଗି ମିଟର ଓ ତାର ଲଗାଗଲା। ହେଲେ ବିଦ୍ୟୁତ ସଂଯୋଗ ହୋଇନଥିଲା। ଏବେ ବିନା ବିଦ୍ୟୁତ ସଂଯୋଗରେ ଲୋକଙ୍କ ପାଖକୁ  ଆସୁଛି ହଜାର ହଜାର ଟଙ୍କାର ବିଲ୍‌। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ କାଳରୁହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି।

ଘରେ ଲାଗିଛି ମିଟର, ବିଦ୍ୟୁତ୍ ଖୁଣ୍ଟରୁ ତାର ବି ଟଣା ଯାଇଛି। ହେଲେ ଟ୍ରାନ୍‌ସଫର୍ମର ବସିନି କି ବିଦ୍ୟୁତ ସରବରାହ ଚାଲୁ ହୋଇନି। ବିଦ୍ୟୁତ ସଂଯୋଗ ନ ହୋଇ ଗାଁର କେଉଁ ଘରେ ତିନି ହଜାର ଟଙ୍କା ତ କେଉଁ ଘରେ ୧ହଜାର  ଟଙ୍କାର ବିଲ୍‌ ଆସିଛି।

ଏ ନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ୭ ଦିନ ପୂର୍ବରୁ ତାଙ୍କ ପାଖକୁ ଏମିତି ଅଭିଯୋଗ ଆସିଥିବା ସ୍ୱୀକାର କରିଥିଲେ। ଏହା ସହ ସଂପୃକ୍ତ ଠିକା ସଂସ୍ଥାକୁ ୨ ସପ୍ତାହ ମଧ୍ୟରେ ଗାଁରେ ଟ୍ରାନ୍‌ସଫର୍ମର ବସାଇବା ସହ ବିଦ୍ୟୁତ ସଂଚାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ନକରିବା ସହ ଜେଇଙ୍କ ବିନା ସ୍ୱାକ୍ଷରରେ କିଭଳି ଠିକାଦାର ବିଲ୍‌ ପାସ କଲେ ସେ ନେଇ ତଦନ୍ତ କରିବାକୁ କଳାରୁହି ଗ୍ରାମବାସୀ ଦାବି କରିଛନ୍ତି।

You might also like