ଇଭିଏମ୍‌ ଭଙ୍ଗା ଘଟଣାରେ ଟୁଇଷ୍ଟ

ବ୍ରହ୍ମପୁର : ମତଦାନ କେନ୍ଦ୍ରରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଥାନାରେ ଅଟକ ଥିବା ବେଳେ ଏହି ଘଟଣା ଏକ ନୂଆମୋଡ଼ ନେଇଛନ୍ତି। ନୀଳମଣି ବିଷୋୟୀ ପାଲଟା ଅଭିଯୋଗ କରିଛନ୍ତି ଯେ ବିଜେଡି କର୍ମୀମାନେ ଇଭିଏମ୍‌ ଭାଙ୍ଗାରୁଜା କରିଛନ୍ତି।

ସେ କହିଛନ୍ତି, ବିଜେଡି କର୍ମୀ ବୁଥ୍ ରିଗିଂ କରୁଥିବା ଖବର ପାଇ ଯାଇଥିଲି। ବୁଥ୍‌ରେ ବିଜେଡି କର୍ମୀଙ୍କ ସହ କଥା କଟାକଟି ହୋଇଥିଲା। ତା’ସହିତ ଠେଲାପେଲା ବି ହୋଇଥିଲା। ଠେଲାପେଲା ବେଳେ ବିଜେଡି କର୍ମୀ ହିଁ ଇଭିଏମ୍‌ ଭାଙ୍ଗିଥିଲେ।

ଅଭିଯୋଗ ଅନୁଯାୟୀ, ଆଜି ମତଦାନ ଚାଲିଥିବା ବେଳେ  ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ନୀଳମଣି ଇଭିଏମ୍‌ ଭଙ୍ଗାରୁଜା କରିଥିଲେ।

ଏ ଘଟଣା ସଂପର୍କରେ ପୂର୍ବରୁ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ କହିଥିଲେ ଯେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଏତଲା ଦିଆଯିବ। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ।

You might also like