ଥମୁନି କୁନିଝିଅଙ୍କ ପ୍ରତି ପାଶବିକ ଅତ୍ୟାଚାର, ନୃଂଶସତା

ବଢୁଛି ଦୁଷ୍କର୍ମ ମାମଲା

ଭୁବନେଶ୍ୱର: ରାଜ୍ୟରେ ଥମୁନି ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର। ବ୍ରହ୍ମପୁର ନିକଟ ସୋରଳରେ ଜଣେ ୮ ବର୍ଷର କୁନି ଝିଅ ପ୍ରତି ହୋଇଥିବା ନୃଶଂସତା ସବୁ ସୀମା ଟପିଯାଇଛି। କୁନି ଝିଅର ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। କଟକ ବଡ ମେଡିକାଲରେ ଏବେ ଜୀବନ ସହ ସଂଘର୍ଷ କରୁଛି କଅଁଳ ଶିଶୁଟି। ସେପଟେ ବାଲେଶ୍ୱର ଖଇରା ବ୍ଳକ୍ ଅର୍ଜୁନପୁରରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ଗାଁ ଲୋକ ଦୁର୍ବୃତ୍ତକୁ ଧରି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି।

ଦିନ ପ୍ରାୟ ୧୨ଟା ବେଳେ ବ୍ରହ୍ମପୁର ଉପକଣ୍ଠ ସୋରଳରେ ହଠାତ୍ ଗାଁରେ ଶୁଣାଗଲା ଯେ, କୁନି ଝିଅର କେହି ତଣ୍ଟି କାଟିଦେଇଛି। ଗାଁଲୋକ ଦେଖିବା ବେଳକୁ ଏକ ପରିତ୍ୟକ୍ତ ଘରେ ମୂମୁର୍ଷୁ ଅବସ୍ଥାରେ ଅଚେତ ହୋଇପଡ଼ିଥିଲା ୮ ବର୍ଷର ଝିଅଟି। ରକ୍ତ ଜୁଡୁବୁଡୁ ଶରୀର ବେକରେ ଧାରୁଆ ଅସ୍ତ୍ରରେ କଟା ଦାଗ ଦେହରେ ପୁରା ଡ୍ରେସ୍ ନଥିଲା। ପାରିପାର୍ଶ୍ୱିକ ସ୍ଥିତି ଦର୍ଶାଉଥିଲା ଯେ, କୁନି ଝିଅକୁ ହତ୍ୟା ଉଦ୍ୟମ କରାଯାଇଛି।
ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇପଡିଥିବା ନାବାଳିକାକୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଗାଁ ଲୋକ ଘଟଣାସ୍ଥଳରୁ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ କହିବା କଥା, ଦୁର୍ବୃତ୍ତମାନେ ସେହି ଗାଁର ଏବଂ ପୂର୍ବରୁ କଲୋନୀକୁ ଆସୁଥିଲେ। ତେବେ କାହିଁକି ଜଣେ ୮ ବର୍ଷର ଝିଅକୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଛନ୍ତି ତାହା ଏବେବି ରହସ୍ୟ ଘେରରେ ରହିଛି।

କେବଳ ଗଂଜାମ ନୁହେଁ। ବାଲେଶ୍ୱର ଜିଲ୍ଲାରେ ବି ଜଣେ କୁନି ଝିଅ ହୋଇଛି ପାଶବିକ ଅତ୍ୟାଚାର ଶିକାର। ଘଟଣା ଘଟିଛି ଖଇରା ବ୍ଳକ ଅର୍ଜୁନପୁରରେ। ଏଠି ଜଣେ ୮ ବର୍ଷର କୁନି ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଘରୁ ଡାକିନେଇଥିଲା ଅଭିଯୁକ୍ତ। ପାଖ ଗାଁ ପତିରାଜପୁରରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଗାଁଲୋକଙ୍କ ହାତରେ ଧରାପଡିଥିଲା। ଲୋକେ ସଂପୃକ୍ତ ଯୁବକକୁ ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି।
ସୋରରୁ ଶଶିକାନ୍ତଙ୍କ ସହ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ ଓଟିଭି

You might also like