ପୁଣି ଗାନ୍ଧି ପରିବାର ହାତରେ କଂଗ୍ରେସର କମାଣ୍ଡ୍

ସୋନିଆ ଅନ୍ତରୀଣ ମୁଖ୍ୟ ହେବା ପରେ ଦଳୀୟ ମହଲରେ ଉତ୍ସାହ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପରେ ସ୍ଥାଣୁ ପାଲଟିଥିବା ଜାତୀୟ କଂଗ୍ରେସକୁ ସଞ୍ଜିବନୀ। ୨୦ ମାସ ପରେ ପୁଣି ଫେରିଲେ ସୋନିଆ। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସିଡବ୍ଲୁସି ସୋନିଆଙ୍କୁ ଅନ୍ତରୀଣ ସଭାପତି ଚୟନ କରିବା ପରେ ଦିଲ୍ଲୀରେ ଏବେ ନୂଆ ଉତ୍ସାହ। ହେଲେ ରାଜ୍ୟ କଂଗ୍ରେସ କଥା କଣ ? କାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ଏବଂ ପରେ ପରେ ମୁଖିଆ ପଦରୁ ନିରଞ୍ଜନଙ୍କ ଇସ୍ତଫା ପରଠୁ ଦଳ ଏଠି ଏକପ୍ରକାର ଦିଶାହୀନ।

ତେଣୁ ସୋନିଆ ଫେରିଥିବାରୁ ଏଠି ପୁଣି ଟ୍ରାକ୍‌କୁ ଫେରିବ କି କଂଗ୍ରେସ? କାରଣ ଆଗକୁ ବିଜେପୁର ଉପ ନିର୍ବାଚନ। ଦଳ ଏଠି କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ତାକୁ ନେଇ ବି ସନ୍ଦେହ। ତେବେ ନେତାଙ୍କ ଆଶା, ସୋନିଆ ଓଡ଼ିଶା ସମ୍ପର୍କରେ ଭଲ ଭାବେ ଅବଗତ ଥିବାରୁ ନେତୃତ୍ୱକୁ ନେଇ ସଠିକ୍ ନିଷ୍ପତ୍ତି ନେବେ।

କଂଗ୍ରେସର ମହାଧିବେଶନ ପର୍ଯ୍ୟନ୍ତ ସୋନିଆ ହିଁ ରହିବେ ଦଳର ଅନ୍ତରୀଣ ଅଧ୍ୟକ୍ଷ। ଆଗାମୀ ମହାଧିବେଶନ ବେଳେ ହିଁ ସ୍ପଷ୍ଟ ହେବ କିଏ ହେବେ ଏଆଇସିସି ଅଧ୍ୟକ୍ଷ। ତେଣୁ ୟା ଭିତରେ ବିଭିନ୍ନ ରାଜ୍ୟ ସଂଗଠନରେ ପରିବର୍ତ୍ତନ ନିଶ୍ଚିତ। ତେବେ ବିଶେଷଜ୍ଞଙ୍କ ମତରେ ଯେଉଁ ରାଜ୍ୟରେ ନିର୍ବାଚନ ହେବାର ଅଛି, ସେଠାରେ ପ୍ରଥମେ ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା କଥା ଚିନ୍ତା କରାଯାଇପାରେ।

ଜାତୀୟ କଂଗ୍ରେସରେ ନେତୃତ୍ୱ ଦ୍ୱନ୍ଦ୍ୱ ଦୂର ହୋଇଥିଲା ବେଳେ ରାଜ୍ୟ କଂଗ୍ରେସର ନବକଳେବର କେବେ ହେଉଛି, ତା ଉପରେ ସମସ୍ତଙ୍କ ନଜର।

ଆହୁରି ପଢ଼ନ୍ତୁ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

You might also like