ଦୃଷ୍ଟିବାଧିତ ପିଲାଙ୍କୁ ସହାୟକ ହେବ ଡ଼େଜି ପ୍ଲେୟାର

ଦୃଷ୍ଟିବାଧିତଙ୍କୁ ସାହାଯ୍ୟ କରିବ ଡେଜି ପ୍ଲେୟାର

ସୋନପୁର(ରବୀନ୍ଦ୍ର ହୋତା) ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ  ଆଗକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହୋଇଛି ନୂଆ ପ୍ରୟାସ । ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ମାଧ୍ୟମରେ କିପରି ଦୃଷ୍ଟିବାଧିତ ପିଲାଙ୍କ ପାଠପଢା ସହଜ ହୋଇପାରିବ,  ସେନେଇ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ। ଆଉ କେବଳ ଏଥିପାଇଁ ସେମାନଙ୍କୁ ଡ଼େଜି ପ୍ଲେୟାର ବଣ୍ଟନ ସହ ଦିଆଯାଇଛି ସ୍ୱତନ୍ତ୍ର ତାଲିମ।

ବୈଜ୍ଞାନିକ ଜ୍ଞାନ କୈାଶଳରେ ନିର୍ମିତ ହୋଇଥିବା ଡେଜି ପ୍ଲେୟାର ମାଧ୍ୟମରେ ସଂମ୍ପୁର୍ଣ୍ଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ । ଏହାର ବ୍ୟବହାର କରି  ଅଡିଓକୁ ରିଭ୍ୟୁ କରି ପିଲାମାନେ ପାଠପଢି ପାରିବେ ବୋଲି ମଧ୍ୟ ଜଣାଯାଇଛି। କ୍ଲାସରୁମରେ ଶିକ୍ଷାଦାନ ବେଳେ ଶିକ୍ଷକଙ୍କ ସମସ୍ତ ଭଏସ କିଭଳି ରେକର୍ଡ କରି ପରେ ଯେତେବେଳେ ଚାହିଁବେ, ଶୁଣିପାରିବେ ଛାତ୍ରଛାତ୍ରୀ ତାହାର ମଧ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି।  ଏ ନେଇ ଦିଆଯାଇଛି ତାଲିମ। ଦୃଷ୍ଟି ବାଧିତ ପିଲାମାନେ ପୁର୍ବରୁ ଶ୍ରେଣୀଗୃହରେ ଯେଉଁ ଅସୁବିଧା ଭୋଗୁଥିଲେ ସେ ସମସ୍ୟା କିଛିଟା ଦୂର କରିପାରିବ । ତେବେ ଏପରି କିଛି ଦୃଶ୍ୟ ଦେଖିବାକୁ  ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାରାଜା ହାଇସ୍କୁଲ ପରିସରର। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ଦୃଷ୍ଟି ବାଧିତ ପିଲାଙ୍କୁ ଏଠି ଦିଆଯାଇଛି ତାଲିମ ।

ସେପଟେ ଡେଜି ପ୍ଲେୟାର ପାଇବା ପରେ ଦୃଷ୍ଟିବାଧିକ ଛାତ୍ର କହିଛନ୍ତି ଯେ, ଏବେ ଆମକୁ ବହୁତ ଭଲ ଲାଗୁଛି। ଏଣିକି ଆମେ ପାଠ ଶୁଣି ଶୁଣି ସବୁ ଭଲ ଭାବରେ ପଢିପାରିବୁ। ଆଗାମୀ ଦିନରେ ଆଗକୁ ଯିବାକୁ ଏହା ନିଶ୍ଚୟ ସାହାଯ୍ୟ କରିବ ବୋଲି ଛାତ୍ର ଜଣକ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ କରି ସଂମ୍ପୁର୍ଣ୍ଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ସମଗ୍ର ଶିକ୍ଷା ବିକାଶ ଯୋଜନାରେ ସାମିଲ କରାଯାଇ ନିଆଯାଇଛି ଏଭଳି ନିଆରା ପଦକ୍ଷେପ। ଜିଲ୍ଲାର ୬ଟି ବ୍ଲକରୁ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ଡ଼େଜି ପ୍ଲେୟାର୍ ,ସ୍ମାର୍ଟ କେୟାର ଆଦି ପ୍ରଦାନ କରାଯାଇଛି । ଏଥିରେ ଶୁଣିବାପାଇଁ ସ୍ପିକର, ଇଅର ଫୋନ, ଡ଼େଜି ପ୍ଲେ କିଟ ପ୍ରଦାନ କରାଯାଇଛି। ଏହି କିଟ୍ ପାଇଲା ପରେ ଦୃଷ୍ଟି ବାଧିତ ପିଲାମାନେ ବେଶ ଖୁସି ଜାହିର କରିଛନ୍ତି । ଅଧିକାରୀ ବି କହିଛନ୍ତି, ଏହି ସାମଗ୍ରୀ ପାଠପଢାରେ ସହାୟକ ହେବ ।

ଆଖି ନଥିଲେ ବି ଶୁଣି ଶୁଣି ପାଠ ପଢିପାରିବେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ । ନିଜକୁ ଆଉ ପାଠପଢାରେ ଅସହାୟ ମନେ କରିବେ ନାହିଁ କାରଣ ଡେଜି ପ୍ଲେୟାର ଆଣି ଦେଇଛି ନୂଆ ଆଶା।

You might also like