ସୋନାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଗୋଟିଏ ପଟେ ବିଭିନ୍ନ ଦେଶର ସୁସ୍ୱାଦ ବ୍ୟଞ୍ଜନ ଓ ଅନ୍ୟପଟେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡଟ୍ ଫେଷ୍ଟର ତୃତୀୟ ଦିନ ବି ବେଶ୍ ଜମିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସଙ୍ଗୀତର ଯାଦୁରେ ଝୁମିଛନ୍ତି ଦର୍ଶକ।

ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୋନାଙ୍କ ସଙ୍ଗୀତ, ଯାହାକି ଯୁବପିଢିଙ୍କୁ ବାନ୍ଧି ରଖିଥିଲା। ଗୋଟିଏ ପରେ ଗୋଟିଏ ହିଟ୍ ବଲିଉଡର ଗୀତ ପରିବେଶଣ କରି ଦର୍ଶକଙ୍କ ମନ ଜିଣି ଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ରଙ୍ଗୀନ ଆଲୋକ ଓ ରଙ୍ଗବତୀ ଗୀତ ଥିଲା ଆକର୍ଷଣ।

ଗୋଟିଏ ସ୍ଥାନରେ ସାରା ବିଶ୍ୱର ସୁସ୍ୱାଦ ଖାଇବା ମିଳୁଥିବାରୁ ଖାଦ୍ୟପ୍ରେମୀମାନେ ବେଶ୍‌ ଖୁସି।

ଚାଇନା ଓ ୟୁଏଇକୁ ରିପ୍ରେଜେଣ୍ଟ୍‌ କରୁଥିବା ପ୍ରମୋଦ ରେଷ୍ଟୁରାଣ୍ଟରେ ଇରାନୀ ଚା’ ଓ ତା ସାଙ୍ଗକୁ ବେଲଜିୟମ ଓ ଆଫଗାନିସ୍ତାନ କୁ ରିପ୍ରେଜେଣ୍ଟ୍‌ କରୁଥିବା ମୁଡି ବ୍ଲୁସ୍‌ର ଚିକେନ ସୁର୍‌ମା ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି।

You might also like