• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିଗିରିଆ(ଶଶିକାନ୍ତ ବେହେରା) : ମାଆ- ଦୁନିଆର ସବୁଠାରୁ ମଧୁର ଶବ୍ଦ। ମାଆ-ଏକ ଉପମା ବିହୀନ ଶବ୍ଦ। କୁହାଯାଏ, ମାଆ ଋଣ କେବେ ସୁଝି ହୁଏନି। ହେଲେ ଆଜିକା ଯୁଗରେ ପୁଅ ପାଇଁ ମାଆ ବାପା ସତେ ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଭାଗ୍ୟର ବିଡମ୍ବନା, କେଉଁଠି ପୁଅ ବାପାମା’ଙ୍କୁ ପଚାରୁନି ତ କେଉଁଠି ମାକୁ ମାଡ଼ ମାରୁଛି।  ଆଉ କେଉଁଠି ରୋଗୀଣା ମାଆ ଓ ବାପାକୁ ନପଚାରି ବାହାରେ ରହୁଛି ପୁଅ।

ମାଆ ପାଇଁ ଅସହ୍ୟ ହେଉଛି ପୁଅର ନିର୍ଯାତନା। ଯିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ଗର୍ଭଯନ୍ତ୍ରଣା ସହିଥିଲା, ଆଜି ସେ ଅଲୋଡ଼ା ହୋଇଗଲା। ଆଶା କରିଥିଲେ ବୃଦ୍ଧ କାଳେ ପୁଅ ତାଙ୍କୁ ପୋଷିବ, ହେଲେ ପୋଷିବା ତ ଦୂରର କଥା, ଏବେ ପୁଅ ରୋଜଗାର କରି ଟଙ୍କା ଦେବାକୁ ମାଆକୁ ଧମକାଉଛି। ନଦେଲେ ଧକ୍କା ଦେଇ ଘରୁ ବାହାର କରିଦେଉଛି, ଏ ବୟସରେ ଖାଇବା ଗଣ୍ଡେ ବି ଦେଉନି।  କଟକ ତିଗିରିଆ ଥାନା ବାସୁଦେବପୁର ଅଞ୍ଚଳର ଜେମାମଣି ସାହୁ ଓ ତାଙ୍କ ସ୍ୱାମୀ ଗୋକୁଳାନନ୍ଦ ସାହୁ ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ନିଜ ଜନ୍ମ କଲା ପୁଅ ନାଁରେ।

ଆହୁରି ପଢନ୍ତୁ: ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ହୋଇପାରେ ଲକ୍‌ଡାଉନ୍: DMET ନିର୍ଦ୍ଦେଶକ

ସମାନ ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ସୋର ବ୍ଲକ ଇଷାଣମୁଣ୍ଡୁଳି ଗାଁର ବାମଦେବ ଦାସ। ତାଙ୍କର ଦୁଇ ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି। ରୋଗିଣା ମା ଓ ବୃଦ୍ଧ ବାପାଙ୍କୁ ଛାଡି ବାହାରେ ରହୁଛନ୍ତି। ଆଉ ବାମଦେବ ବୃଦ୍ଧ ଅବସ୍ଥାରେ, ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କର ସେବା ଶୁଶ୍ରୁଷା କରୁଛନ୍ତି। ଖୁଆଇ ଦେବାଠୁ ଆରମ୍ଭ କରି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି। ପୂର୍ବରୁ କାମଧନ୍ଦା କରି ପରିବାର ଚଳାଉଥିଲେ ମଧ୍ୟ ଏବେ ପୁଅମାନେ ଘରକୁ ଆସୁନଥିବାରୁ ରୋଗିଣା ପତ୍ନୀଙ୍କୁ ଛାଡି କାମକୁ ଯାଉନାହାନ୍ତି। ସନ୍ଧ୍ୟାରାଣୀଙ୍କୁ ଭଲ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଇଚ୍ଛା ଥିଲେ ମଧ୍ୟ ପାଖରେ ଟଙ୍କା ନାହିଁ। କେବଳ ସରକାରୀ ସାହାଯ୍ୟ ହିଁସାହା ଭରସା ବୋଲି ପରିତାପର ସହ କହିଛନ୍ତି ବାମଦେବ।

ତିଗିରିଆ ଓ ସୋରର ଏହି ଦୁଇ ବାସ୍ତବ ଚିତ୍ର ସତରେ ଖୁବ ଯନ୍ତ୍ରଣାଦାୟୀ। ଏପରି ଘଟଣା ଜାଣିବା ପରେ ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଆସିବ, ଏମିତି  କୁଳାଙ୍ଗାର ପୁଅ ଭଗବାନ କାହାକୁ ନଦିଅନ୍ତୁ।

Son-tortured-mother-for-money-in-cutttack-tigiria
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories