ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ତାଙ୍କ ପୁଅ ସମ୍ବିତ ନନ୍ଦ କଟକରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ନିଜ ପୁଅର ଜୀବନ ରକ୍ଷା ପାଇଁ ଟୁଇଟ କରି ନିବେଦନ କରିଥିଲେ।

ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ପୁଅ ଫଟୋକୁ ସେୟାର କରି ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ । ଇସିଏମଓ ଚିକିତ୍ସା ହୋଇଥିବାରୁ ସେ ତାଙ୍କ ପୁଅକୁ ହରାଇପାରନ୍ତି ବୋଲି ସେ ଭାରାକ୍ରାନ୍ତ ହୃଦୟରେ ଲେଖିଥିଲେ। ଏହି ସ୍ୱାସ୍ଥ୍ୟ ସେବା ଯେମିତି ଅନ୍ୟମାନେ ପାଇପାରିବେ, ଏନେଇ ସେ ନିବେଦନ କରିଛନ୍ତି।

ଏଥିରେ ସେ ଲେଖିଥିଲେ ଯେ ତାଙ୍କ ପୁଅର ECMO ଟ୍ରିଟମେଣ୍ଟ ଆବଶ୍ୟକ ହେଉଛି କିନ୍ତୁ ଏହା ଉପଲବ୍ଧ ହୋଇପାରୁନଥିବା ସେ ଲେଖିଥିଲେ। ତାଙ୍କ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହରର୍ଷବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ କରିଥିଲେ।

You might also like