ଓଏଏସ୍ ପରୀକ୍ଷାରେ ପାନ ଚାଷୀଙ୍କ ପୁଅଙ୍କ ସଫଳତା

ପୁରୀ  : ଓଏଏସ୍ ପରୀକ୍ଷାରେ ପାନ ଚାଷୀଙ୍କ ପୁଅଙ୍କ ସଫଳତା। ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ସମିଆଁ ଗାଁର ଶେଖ୍ ଜହରଙ୍କ ପୁଅ କୃତିତ୍ୱ ହାସଲ କରିଛନ୍ତି।   ଶେଖ୍ ଜହରଙ୍କ ପୁଅ ଶେଖ୍ ସଗିର୍ ୧୦ ନମ୍ବର ସ୍ଥାନରେ ରହି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଶେକ୍ ଜହର ପେସାରେ ଜଣେ ପାନ ଚାଷୀ। ସେ ପାନ ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ସ୍ୱଳ୍ପ ସମ୍ବଳ ସତ୍ତ୍ୱେ ତାଙ୍କ ପୁଅର ପାଠ ପଢାରେ କୌଣସି ଅବହେଳା କରିନଥିବା ସେ କହିଛନ୍ତି।

ଶେଖ୍ ସଗିର୍ ଓଏଏସ୍ ପାଇବା ପରେ ଏବେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି।

 

 

 

You might also like