ବାପାକୁ କାଠ ଫାଳିଆରେ ବାଡେଇ ମାରିଲା ପୁଅ

ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ

ମୟୁରଭଞ୍ଜ: କାଠ ଫାଳିଆରେ ବାପାକୁ ବାଡେଇ ବାଡେଇ ମାରିଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ୭ ନମ୍ବର ଓ୍ୱାର୍ଡ ନାଗବଣୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କହଳକୁ କେନ୍ଦ୍ର କରି ବାପା କ୍ଷୀରକୁ ପୁଅ ସତ୍ୟବାନ ଏକ କାଠ ଫାଳିଆରେ ମାରିଥିଲା। ଗୁରୁତର ଅବସ୍ଥାରେ ବାପାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣା ପରେ ପୁଅକୁ ଗ୍ରାମବାସୀମାନେ କାବୁ କରି ନେଇ ଏକ ଗଛରେ ବାନ୍ଧି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦଳା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ସତ୍ୟବାନ ଦ୍ୱିତୀୟ ବିବାହ କରିବାରୁ ତାଙ୍କ ବାପା ଏହି ବିବାହକୁ  ବିରୋଧ କରୁଥିଲେ। ଯାହାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହିଥିଲା। ଗତକାଲି ରାତିରେ ଉତ୍‌କ୍ଷିପ୍ତ ହୋଇ ପୁଅ ସତ୍ୟବାନ ବାପାକୁ ଆକ୍ରମଣ କରି ହତ୍ୟା କରିଥିବା ସ୍ୱୀକାର କରିଛି।

You might also like