• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭଦ୍ରକ: ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ ! ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମାତାଜୀ ଜେନା। ଅଭିଯୁକ୍ତ ତଥା ମୃତକଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା।

ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ନିରଞ୍ଜନ କାମ କରୁଥିଲେ। କିଛିଦିନ ତଳେ ସେ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ମା’ଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ୨୮ ତାରିଖ ଦିନ ନିରଞ୍ଜନ ତାଙ୍କ ମାଆଙ୍କୁ ଧରି ମାମୁ ଘର ପାଛଲକୁ ବାହାରିଥିଲେ। ହେଲେ ରାସ୍ତାରେ ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ନିରଞ୍ଜନ ଶାଢ଼ିରେ ପ୍ରଥମେ ମାଆଙ୍କ ବେକକୁ ଚିପି ଦେଇଥିଲେ। ଏହାସହ ବାଡ଼ିରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏହାପରେ ସେ ଘରକୁ ଫେରି ଆସିଥିଲେ।

ଘରେ ପହଞ୍ଚିବା ପରେ ତାଙ୍କ ବାପା ଯେତେବେଳେ ତାଙ୍କୁ ମାତାଜୀଙ୍କ ସଂପର୍କରେ ପଚାରିଥିଲେ ସେହି ସମୟରେ ସେ କହିଥିଲେ ଯେ, ସେ ମାମୁ ଘରେ ଅଛନ୍ତି। ହେଲେ ପରେ ମାମୁ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଜଣାପଡ଼ିଥିଲା ଯେ ମାତାଜୀ ସେଠାକୁ ଯାଇ ନାହାନ୍ତି। ଏହାପରେ ସେ ମାତାଜୀଙ୍କୁ ଖୋଜାଖୋଜି କରାଯାଇଥିଲା। ଗତକାଲି ଏକ ବିଲରୁ ମାତାଜୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରଯାଇଥିଲା। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୁଅ ନିରଞ୍ଜନ ଓ ବୋହୂ ମିଶି ମାତାଜୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ନିରଞ୍ଜନଙ୍କୁ ଅଟକ ରଖିଛି।

Son-killed-his-mother-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories