• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କେନ୍ଦୁଝର/ନୀଳଗିରି: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ମା’କୁ ନିର୍ଯାତନା ଦେଉଥିବା ବେଳେ ଆଉ କେଉଁଠି ପୁଅ ମା’କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ନାବାଳକ ଥିବା ବେଳେ ବାପାକୁ ହତ୍ୟା କରିଥିବା ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଗାଢ଼ ହଟିଂ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ କିଶୋର ମୁଣ୍ଡାକୁ ପୋଲିସ୍‌ ଗିରଫ କରିଛି।

ସୂଚନା ଅନୁସାରେ, ଗତ ରାତିରେ କିଶୋର ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ। ସେଠାରେ କୌଣସି କାରଣରୁ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିବା ଅନୁମାନ କରାଯାଉଛି। ଏହାପରେ କିଶୋର ନିଜ ମା’ଙ୍କୁ ଇଟାରେ ଛେଚି ହତ୍ୟା କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କିଶୋରଙ୍କୁ ପୋଲିସ୍ ଗିରଫ କରିଛି । କିଶୋର ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୨୦୧୨ରେ କିଶୋର ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ସେତେବେଳେ ସେ ନାବାଳକ ଥିବାରୁ ସଜା କାଟି କିଛି ଦିନ ପୂର୍ବେ ଘରକୁ ଫେରିଥିଲେ।

https://youtu.be/sPaMnLG8658

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅର ନିର୍ଯାତନା ସହି ନପାରି ଶେଷରେ ଥାନାରେ ପହଞ୍ଚିଛନ୍ତି ମା’। ଗତକାଲି ରାତିରେ ଗାଁର ନିନି ଭୂଇଁଙ୍କୁ ପୁଅ ଅରୁଣ ବାଡ଼େଇ ରକ୍ତାକ୍ତ କରି ପକାଇଥିଲେ। ପୁଅର ମାଡ଼, ଗାଳି ସହି ନପାରି ରକ୍ତାକ୍ତ ଅବସ୍ଥାରେ ଖାଲି ପାଦରେ ଚାଲି ଚାଲି ନୀଳଗିରି ଥାନାରେ ପହଞ୍ଚିଥିଲେ ନିନି। ସେଠାରେ ପହଞ୍ଚି ଥାନା ଅଧିକାରୀଙ୍କ ପାଖରେ ଗୁହାରି କରି ନିନି ନ୍ୟାୟ ମାଗିଛନ୍ତି।

https://youtu.be/XjXZQwd5jj8

Son-killed-his-mother-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories