ବାପାକୁ ହାଣି ମାରିଦେଲା ପୁଅ

ବାଲେଶ୍ୱର; ବାପାକୁ ହାଣି ମାରିଲା ପୁଅ। ଏପରି ଚାଞ୍ଚଳ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ଖବର ଅନୁସାରେ, ସୋରର ଟେଣ୍ଟେଇ ବେହେରା ସାହିରେ ପୁଅ ଶରତ ବାପା ଜୟକୃଷ୍ଣ ମଲ୍ଲିକଙ୍କୁ ଭୁଜାଲିରେ ହତ୍ୟା କରିଛି। ଜୟକୃଷ୍ଣଙ୍କ ସହ ପୁଅ ଶରତର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ ପୁଅ ଶରତ ଉତ୍ତ୍ୟକ୍ତ ହୋଇ ବାପା ଜୟକୃଷ୍ଣକୁ ଛାତି ଓ ବେକକୁ ଭୁଜାଲିରେ ହାଣି ଦେଇଥିଲା। ଘଟଣାସ୍ଥଳରେ ହିଁ ଜୟକୃଷ୍ଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆକ୍ରମଣ କରି ଫେରାର ହୋଇଯାଇଛି ଅଭିଯୁକ୍ତ ପୁଅ ଶରତ ମଲ୍ଲିକ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like