ଟଙ୍କା ପାଇଁ ଆଖି ତାଡ଼ିଦେଲେ ପୁଅ, ନାତି

ଅନୁଗୁଳ: ଟଙ୍କା ପାଇଁ ମଣିଷ ଭୁଲି ଯାଇଛି ସମ୍ପର୍କକୁ। ଆଉ ମାତ୍ର କିଛି ଟଙ୍କା ଲୋଭରେ ନିଜ ବାପାକୁ ହତ୍ୟା କରିବାକୁ ପଛାଇନି ପୁଅ। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏହି ଅମାନବୀୟ ଘଟଣା ଘଟିଛି।

ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗୌର ନାଏକ।

ସୂଚନା ଅନୁସାରେ,  ଗୌର ନାଏକଙ୍କୁ ତାଙ୍କ ପୁଅ ଗଙ୍ଗାଧର (୫୦)  ଓ ନାତି ଦେବବ୍ରତ (୧୯)  ଟଙ୍କା ମାଗିଥିଲେ। ହେଲେ ଗୌର ଟଙ୍କା ଦେଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟ ମିଶି ତାଙ୍କୁ ହତ୍ୟା କରିବା ସହ ତାଙ୍କ ଡାହାଣ ଆଖିକୁ ତାଡ଼ି ଦେଇଥିଲେ।

ପୁଲିସ୍ ଶବକୁ ଜବତ କରିବା ସହ ଅଭିଯୁକ୍ତ ବାପ ଓ ପୁଅଙ୍କୁ ଗିରଫ କରିଛି।

 

You might also like