ଶ୍ୱଶୁରଙ୍କୁ ଖଟରେ ବାନ୍ଧି ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା: ଅଜା ଆସିଥିଲେ ନାତିର ପଢୁଆଁ କରିବା ପାଇଁ, ହେଲେ ଜ୍ୱାଇଁ ସହ ବିବାଦ ହେଲା। ଏଇ ବିବାଦ ଏତେ ଭୟଙ୍କର ରୂପ ନେଲା ଯେ ଶେଷରେ ଶ୍ୱଶୁରଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ଜ୍ୱାଇଁ।ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗାଁରେ। ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୫ ବର୍ଷର ନାତିକୁ ପଢୁଆଁ କରିବା ପାଇଁ ଖୁଣ୍ଟାପୁର ଗାଁକୁ ଯାଇଥିଲେ। ତେବେ ପୂର୍ବରୁ ଜ୍ୱାଇଁ ସହ ବିବାଦ ହୋଇଥିଲା। ଝିଅ ଘରେ ରହୁଥିବା ଯୋଗୁଁ ଶଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଏହି ରାଗରେ ଜ୍ୱାଇଁ ରାଗରେ ଜର୍ଜରିତ ହୋଇ ଶ୍ୱଶୁର ରମେଶଙ୍କ ଗୋଡ ହାତକୁ ବାନ୍ଧି ଦେଇଥିଲେ। ପରେ ବେକକୁ ଦାରେ କାଟି ହତ୍ୟା କରିଥିଲା ସୈତାନ ଜ୍ୱାଇଁ। ଅତ୍ୟନ୍ତ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ଶଶୁରଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହେଲେ ଅଭିଯୁକ୍ତ ଜ୍ୱାଇଁ ରାଜୁ ସିଂ ଏବଂ ତା ଭାଇ ଲବ ସିଂ ଘରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ଗାଁରେ ଉତେଜନା ଲାଗି ରହିଛି।

You might also like