ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ଭୁବନେଶ୍ୱର: ଅମାପ ଆୟବହିର୍ଭୁତ ସଂପତ୍ତିର ଅଧିକାରୀ IFS ଅଭୟକାନ୍ତ ପାଠକଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଆୟବହିର୍ଭୁତ ସମ୍ପତି ଲିଙ୍କରେ ପୁତୁରା, ପୁଅ ଓ ଡ୍ରାଇଭରକୁ ଅଟକ ରଖି ଭିଜିଲାନସର ପଚରା ଉଟରା କରୁଛି।  ଆଇଏଫଏସ୍‌ଙ୍କ ରାଜକୀୟ ଜୀବନଶୈଳୀର ଚିଠା ଖୋଲୁଥିଲା ବେଳେ ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ କ୍ରାଇମଂବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇଛି ଟାଟା ମୋଟର୍ସ। ଟାଟା ମୋଟର୍ସ ନାଁରେ ଆକାଶ ଫେକ୍ ଆଇଡେଣ୍ଟିଟି କାର୍ଡ ବ୍ୟବହାର କରିବା ସହ ଚାକିରି ଦେବାକୁ କହି ଠକିଥିବା ଅଭିଯୋଗ ହୋଇଛି। ଅଭୟକାନ୍ତଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି।

ଗ୍ୟାରେଜ୍‌ରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭର୍‌ଙ୍କ ନାଁରେ ବି ଠୁଳ ହୋଇଛି ବ୍ଲାକମନି। ଭିଜିଲାନ୍ସ ଚଢ଼ାଉରୁ ଏପରି ଅମାପ ସଂପତ୍ତିର ପତ୍ତା ମିଳିବା ପରେ ବଢ଼ିଛି ଆଇଏଫ୍ଏସ ଅଭୟକାନ୍ତ ପାଠକଙ୍କ ଅଡ଼ୁଆ।

ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୁତୁରା ହ୍ରିତେଶ ପାଠକଙ୍କ ଘରୋଇ କ୍ଲିନିକ୍‌ରେ କରାଯାଇଛି ଯାଞ୍ଚ। ତାଙ୍କ ଘରୁ ବାହାରିଥିବା ୫୦ ଲକ୍ଷ ଟଙ୍କାର ହିସାବ ଦେଇପାରୁ ନାହାନ୍ତି ହ୍ରିତେଶ। ସେହିପରି ଡ୍ରାଇଭର୍ ଠାରୁ ମିଳିଥିବା ୨୦ ଲକ୍ଷ ଟଙ୍କାର ବି ହିସାବ ମିଳୁନି। ଅନ୍ୟପକ୍ଷରେ ପାଠକକଙ୍କ ସରକାରୀ କ୍ୱାର୍ଟରରୁ  ୧୦ ଲକ୍ଷ ଟଙ୍କା ଓ ପ୍ରାୟ ୧ କେଜି ସୁନା ମିଳିଛି।

You might also like