ବାପାଙ୍କୁ ମେଡ଼ିକାଲ୍ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

କାମାକ୍ଷାନଗର: ଦୁର୍ଘଟଣାରେ ଚାଲିଗଲା ବାପାପୁଅଙ୍କ ଜୀବନ। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। କାମାକ୍ଷାନଗର-ବିଜାଡିହ ନିକଟରେ ଏକ ଦୁର୍ଘଟଣାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ବୃନ୍ଦାବନପୁର ଗାଁର ରମଣୀ ରଞ୍ଜନ ମଲ୍ଲିକ ଓ ତାଙ୍କ ପୁଅ ସୁବ୍ରତ କୁମାର ମଲ୍ଲିକ।

ସୂଚନା ଅନୁସାରେ, ଆଜି ସକାଳେ ସୁବ୍ରତ ବାଇକ୍‌ରେ ରମଣୀଙ୍କୁ ନେଇ କଟକ ବଡ଼ ମେଡ଼ିକାଲ୍‌କୁ ଚେକ୍ଅପ୍‌ ପାଇଁ ଯାଉଥିଲେ। ଏହି ସମୟରେ ବିଜାଡିହ ନିକଟ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ବାପାପୁଅଙ୍କ ମୃତ୍ୟୁ ଘଟିଥିଲା।

You might also like