କେତେବେଳେ ମାସ୍କ ପିନ୍ଧିବା ଆବଶ୍ୟକ?

ଭୁବନେଶ୍ୱର: ବଜାରରେ ମାସ୍କର ପ୍ରବଳ ଚାହିଦା। ଔଷଧ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ମିଳୁଛି ମାସ୍କ। କରୋନା ସଂକ୍ରମଣ ଆଶଙ୍କାରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି।

ରାଜଧାନୀ ଭୁବନେଶ୍ୱରର ଔଷଧ ଦୋକାନଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଏପରିକି ଦୋକାନ ଆଗରେ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି।

ହେଲେ ଏବେ ବି ଅନେକ ଲୋକ ମାସ୍କକୁ ନେଇ ସମ୍ପୂର୍ଣ୍ଣ ଭାବେ ସଚେତନ ନାହାନ୍ତି। ଜାଣନ୍ତୁ କେତେବେଳେ ମାସ୍କ ପିନ୍ଧିବା ନିହାତି ଜରୁରୀ।

କାଶ, ଜ୍ୱର, ଥଣ୍ଡା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହେଲେ ମାସ୍କ ପିନ୍ଧିବା ଜରୁରୀ। ଯଦି, କେହି ବ୍ୟକ୍ତି କରୋନା ସନ୍ଦିଗ୍ଧଙ୍କ ପାଖରେ ରହୁଛନ୍ତି କିମ୍ବା ତାଙ୍କ ଦେଖାଶୁଣା କରୁଛନ୍ତି ତେବେ ମାସ୍କ ପିନ୍ଧନ୍ତୁ। ଏହାସହ ରୋଗୀ, ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁଥିବା ସ୍ୱାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବା ଜରୁରୀ।

ମୁହଁରେ ପିନ୍ଧିବା ପରେ ମାସ୍କକୁ ଭଲ ଭାବରେ ଧୁଅନ୍ତୁ। ମାସ୍କ ପିନ୍ଧିଲେ କେବଳ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ। ଏହାସହ ବାହାର ପ୍ରଦୂଷଣରୁ ରକ୍ଷା କରିଥାଏ।

ସବୁଠାରୁ ବଡ଼ କଥା ହେଲା, ଜନଗହଳୀପୂର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ବ୍ୟବହାର କରନ୍ତୁ। ସମ୍ପୃକ୍ତ ବ୍ୟକ୍ତିର ମାସ୍କକୁ ଯେପରି ଅନ୍ୟ କୌଣସି ବ୍ୟବହାର ନକରନ୍ତି ସେଥିପ୍ରତି ସଚେତନ ହେବେ।

You might also like