ଲକଡାଉନ୍‌ରେ ଖୋଲା ରହିବ ଆମିଷ ଦୋକାନ

ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଲକଡାଉନ୍ କଟକଣାରୁ ବାଦ୍ ନେଇ SRC ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି।

ଲକ୍‌ଡାଉନ୍‌ରେ ଆଉ କିଛି ସାମଗ୍ରୀକୁ କଟକଣା ମୁକ୍ତ କରାଯାଇଛି। ସକାଳ ୬ରୁ ଦିନ ୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ କେବଳ ତେଜରାତି ଓ କ୍ଷୀର ଦୋକାନକୁ ଛାଡ଼ିଦେଲେ ଅନ୍ୟ ସାମଗ୍ରୀ ଉପରେ କଟକଣା ରଖିଥିଲେ।

ବିଶେଷ କରି ମାଛ, ମାଂସ, ଚିକେନ୍ ଓ ଅଣ୍ଡା ସହ ଫଳ ଦୋକାନ ଖୋଲା ଉପରେ କଟକଣା ରଖାଯାଇଥିଲା। ତେବେ ଏସବୁକୁ ଏବେ କଟକଣାମୁକ୍ତ କରାଯାଇଛି। ଏହାସହ ମଦ ହୋମ୍ ଡେଲିଭରିକୁ ମଧ୍ୟ ଅନୁମତି ମିଳିଛି।

ପ୍ରକାଶଥାଉକି, ପୂର୍ବଠାରୁ ଏ ଲକଡାଉନ୍ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ସପ୍ତାହାନ୍ତ ସଟଡାଉନ ଏବେ ଉଠିଯିବ। ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ଯାଏ ଦୋକାନ ଖୋଲିବ।

କେବଳ ଗ୍ରୋସରୀ, ପରିବା ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲିବ। ଘର ପାଖ ଦୋକାନରୁ କିଣିବା ସହ ଦୂରକୁ କିଣିବାକୁ ନ ଯିବା ପାଇଁ ସିପି ପରାମର୍ଶ ଦେଇଛନ୍ତି। ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଆହୁରି ପଢ଼ନ୍ତୁ

You might also like