ବର୍ଷା କମିଥିବା ସତ୍ତ୍ୱେ ଅନେକ ଅଞ୍ଚଳ ରହିଛି ଜଳମଗ୍ନ

କଳାହାଣ୍ଡି: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧର୍ମଗଡ-ସିନାପାଲି ରାସ୍ତାର ଘୋଟିଆ ନିକଟରେ ୨ଟି ସ୍ଥାନରେ ପ୍ରାୟ ୨ଫୁଟର ପାଣି ଚାଲିଛି। ସେହିପରି ଧର୍ମଗଡ-ଜୁନାଗଡ ରାସ୍ତାର ହାଲୁର ଯୋର ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ଚାଲିଛି।

ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଧର୍ମଗଡ଼ ଓ ଜୁନାଗଡ଼ ସହରର କିଛି ଅଞ୍ଚଳରେ ପାଣି ଜମି ରହିଛି। ହାତୀନଦୀର ଜଳସ୍ତର ସ୍ୱାଭାବିକ ଥିବା ବେଳେ ତେଲନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି।

ଏପଟେ ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ କମିଥିବା ବେଳେ ବହୁ ଅଞ୍ଚଳ ଏବେ ବି ପାଣିଘେରରେ ରହିଛି। ବାଲିଆପାଳ ବ୍ଲକ୍‌ର ତଳିଆ ଅଞ୍ଚଳ ମନୁନଗର, ବିଷ୍ଣୁପୁର, ଗୁନାପୁର, କୁଦମାନସିଂ ଭଳି ୧୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସ୍ଥାନୀୟ ଲୋକେ ଯାଆସ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା ହୋଇନାହିଁ।

ଆହୁରି ପଢ଼ନ୍ତୁ

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

You might also like