ବଢ଼ୁଛି ସୋଲାର୍ ଲାଇଟ୍ ଓ ଫ୍ୟାନ୍‌ର ଚାହିଦା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ବିନା ଏସିରେ ଶୋଇପାରୁ ନ ଥିବା ଲୋକେ ଏବେ ବିନା ଲାଇଟ୍‌ରେ ଚଳୁଛନ୍ତି। ସବୁ ଅଲୋଡା ଜିନିଷ ଏବେ ଭାରି ଦରକାରୀ ଲାଗୁଛି। କେବଳ ଦୀପାବଳି, ଦଶହରାରେ ଖୋଜା ପଡୁଥିବା ଏଲ୍‌ଇଡି ଲାଇଟ ଏବେ ଯେମିତି ଦୟନୀୟ ଜୀବନକୁ ଅଲୋକିତ କରୁଛି। ତାଳପତ୍ର ବିଞ୍ଚଣାଟି ହାତରେ ଥରେ ବୁଲିଗଲେ ପାଟିରୁ ବାହାରି ଆସୁଛି ‘ଓହୋ ! କି ଶାନ୍ତି!’  ଅଳିଆଗଦାରେ ପଡିଥିବା ସୋଲାର ଲାଇଟ ଏବେ ସଫା ସଫି ହୋଇ ବାହାରୁଛି। ଏବେ ଏଲ୍‌ଇଡି ଲାଇଟ୍, ସୋଲାର ପ୍ଲେଟ, ତାଳପତ୍ର ବିଞ୍ଚଣା କିଣିବା ପାଇଁ ଦୋକାନରେ ଭାରି ଭିଡ।

ଭୁବନେଶ୍ୱରର ଏକ ନମ୍ବର ହାଟ, ବାପୁଜୀ ନଗର ଭଳି ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଚାଇନା ନିର୍ମିତ ବ୍ୟାଟେରୀ ଲାଇଟ୍, ସୋଲାର୍ ଲାଇଟ୍ ,ସୋଲାର୍ ଫ୍ୟାନ୍, ଲଣ୍ଠନ, ବିଞ୍ଚଣା ପ୍ରଭୃତି ବିକ୍ରି କରୁଛନ୍ତି। ଗ୍ରାହକଙ୍କ ଭିଡ କାହିଁରେ କ’ଣ ? ବେଶ ବେପାର ଜମୁଛି । କାରଣ ବିଜୁଳି ନଥିବାରୁ ଲୋକେ ଏବେ ଏହିସବୁ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।

ଆଉ ଏହାର ବେଶ୍ ଫାଇଦା ବି ଉଠାଉଛନ୍ତି କେତେକ ଅସାଧୁ ବ୍ୟବସାୟୀ। ଲୋକଙ୍କ ଅସହାୟତାକୁ ଦେଖି ବ୍ୟବସାୟୀମାନେ ବି ଅଧିକ ମୂଲ୍ୟରେ ସାମଗ୍ରୀ ସବୁକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ପରିସ୍ଥିତି ବି ଏମିତି ଯେ, ନ କିଣିଲେ ନ ଚଳେ।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like